ରାତିରେ ଥରିଲା ମୟୂରଭଞ୍ଜ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାରେ ଭୂମିକମ୍ପ । ଗତକାଲି ବିଳମ୍ବିତ ରାତିରେ ଏହି ଦୁଇ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୨ଟା ୧୩ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।
ମୟୁରଭଞ୍ଜର ବାରିପଦା ସହର ସମେତ ବଡ଼ସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳାରେ ଏହି ଝଟକା ଅନୁଭୂତ ହୋଇଥିଲା । ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।ସେହିପରି ଉତ୍ତରାଖଣ୍ଡର କିଛି ସ୍ଥାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି ।

SR