ଆଫଗାନିସ୍ତାନରେ ଭୂକମ୍ପ ଝଟକା , ମୃତ୍ୟୁ ସଂଖ୍ୟା ୨୫୦ ପାର

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ।

(ଆଫଗାନିସ୍ତାନ) : ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ। ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ଅଥିରେ ୨୫୦ ଜଣଙ୍କ ଜୀବନ ଯାଇଛି । ତେବେ ରିକ୍ଟର ସ୍କେଲରେ ତ୍ରୀବତା ୬.୧ ରେକର୍ଡ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଏହା ବ୍ୟତୀତ ପ୍ରାୟ ୧୫୦ ଲୋକ ଗୁରୁତର ଆହତ ହୋଇଛନ୍ତି।

ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋସ୍ତ ସହରଠାରୁ ପ୍ରାୟ ୪୪ କିଲୋମିଟର ଦୂରରେ ରହିଛି। ଏହି ଭୂକମ୍ପର ତ୍ରୀବତା ଏତେ ଶକ୍ତିଶାଳୀ ରହିଥିଲା ଯେ ପଡୋଶୀ ପାକିସ୍ତାନର ଲାହୋର, ମୁଲତାନ ଲୋକମାନେ ମଧ୍ୟ ଝଟ୍‌କା ଅନୁଭବ କରିଥିଲେ।

ସୂଚନାନୁଯାୟୀ , ଏହା ପୂର୍ବରୁ ମଙ୍ଗଳବାର ପାକିସ୍ତାନରେ ଭୂକମ୍ପ ଝଟ୍‌କା ଲାଗିଥିଲା।ସେଠାରେ ରାତି ପ୍ରାୟ ୨ ଟା ସମୟରେ ୬.୧ ତ୍ରୀବତାର ଭୂକମ୍ପ ଆସିଥିଲା। ହେଲେ କୌଣସି କ୍ଷୟକ୍ଷତି ଘଟିନଥିଲା। ଏହା ବ୍ୟତିତ ବିଳମ୍ୱିତ ରାତିରେ ମାଲେସିଆରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ସେଠାରେ ଭୂକମ୍ପର ତ୍ରୀବତା ରହିଥିଲା ୫.୧।