ଦୁର୍ଗାପୁଜା ପାଇଁ ଆଶା ଆଶଙ୍କାରେ ପୁଜା କମିଟି

(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦୁର୍ଗାପୁଜା ହେବକି ନାହିଁ ସେ ନେଇ ଆଶା ଆଶଙ୍କାରେ ରହିଛନ୍ତି ପୁଜା କମିଟି । ଏବର୍ଷ ପୁଜା ସାର୍ବଜନୀନ ହେବକି ସେଥିପାଇଁ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏହି ପରିପ୍ରେକ୍ଷୀରେ କଟକ ବାଲୁବଜାର ଦୁର୍ଗାପୁଜା କମିଟି ପକ୍ଷରୁ ପୁଜା ପାଇଁ ଅନୁମତି ପ୍ରଦାନ ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ କମିଟି ତରଫରୁ ଉଲ୍ଲେଖ କରାଯାଇଛି ଯେ ଯଦି ଚଳିତ ବର୍ଷ ପୁଜା ବନ୍ଦ ହୁଏ ତେବେ ୫ଶହ ବର୍ଷର ପରମ୍ପରା ରୀତିନୀତି ରେ ବାଧା ସୃଷ୍ଟି ହେବ । ତେଣୁ ସେମାନେ ପୁଜା ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି । ଆବେଦନରେ ଦେବୀଙ୍କ ମୃଣ୍ମୟୀ ମୁର୍ତ୍ତୀ ଗଢ଼ିବାଠାରୁ ଆରମ୍ଭ କରି ସବୁ ରୀତିନୀତି କୋଭିଡ୍ ଗାଇଡଲାଇନ ମାନି ପାଳନ କରିବାକୁ ଉଲ୍ଲେଖ କରାଯାଇଛି ।