(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଗୁଜୁରାତରେ ଡ୍ରଗ ମାଫିଆ ଏବଂ ଏଟିଏସ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଘଟଣା ପୋରବନ୍ଦରରେ ଘଟିଛି । ଏଥିରେ ଏଟିଏସ ସହ ତଟରକ୍ଷୀ ବାହିନୀ ଏକ ବୋଟରୁ ୯ଜଣ ଇରାନୀ ନାଗରିକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପ୍ରାୟ ୧୦୦ କେଜିର ହେରୋଇନ ଜବତ ହୋଇଛି । ଏଠାରେ ଡ୍ରଗ୍ସ ମାଫିଆମାନେ ବୋଟରେ ଡ୍ରଗ ଭରି କରି ଆଣୁଥିଲେ । ସେହି ସମୟରେ ଏଟିଏସ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ଏହାପରେ ମାଫିଆମାନେ ବୋଟକୁ ଜଳାଇଦେଇଥିଲେ । ତେବେ ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୫୦୦ କୋଟି ହେବ ବୋଲି କୁହାଯାଉଛି । ଏହି ବୋଟଟି ପାକିସ୍ତାନର ହମିଦ ମଲ୍ଲିକଙ୍କର ହୋଇଥିବା ଜଣାପଡିଛି । ଏବଂ ସେ ହିଁ ଡ୍ରଗ୍ସ ପଠାଇଥିବା ସୂଚନା ମିଳିଛି ।