ଡ୍ରାଇଭର ଏବଂ ହେଲ୍ପରକୁ ଛୁରୀ ଭୁସି ଲୁଟିନେଲେ ୨୦୦୦୦ଟଙ୍କା

ଚିଲିକାରୁ ଦିବ୍ୟକାନ୍ତ: ମାତିଛନ୍ତି ଜାତୀୟ ରାଜପଥ ଲୁଟେରା। ପୋଲିସକୁ ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଲୁଟ। ନାଚୁଣୀ ଥାନା ସମ୍ମୁଖରୁ ମାଇନ୍ସ ବୋଝେଇ ଟ୍ରକକୁ ଅଟକେଇ ଡ୍ରାଇଭର ଏବଂ ହେଲ୍ପରକୁ ଛୁରୀ ଭୁସି ଲୁଟିନେଲେ ୨୦୦୦୦ଟଙ୍କା।

ସୂଚନା ଅନୁଯାୟୀ, ଆଜି କେନ୍ଦୁଝରରୁ ଗୋପାଳପୁର ଅଭିମୁଖେ ଯାଉଥିବା ମାଇନ୍ସ ବୋଝେଇ ଟ୍ରକଟି ନାଚୁଣୀ କଉଡ଼ିଖଣି ଛକ ନିକଟରେ ହଁପ୍ସ ଯୋଗୁଁ ଟ୍ରକଟିର ବେଗ ଧୀର ହେବା ଫଳରେ ଲୁଟର ଶିକାର ହେଲେ ଡ୍ରାଇଭର, ହେଲ୍ପର। ଏକ ଆପାଚି ଗାଡ଼ିରେ ତିନିଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଆସି ଗାଡି ଭିତରେ ଜବରଦସ୍ତ ପସି ଚୋଟ ପରେ ଚୋଟ ମାରିଥିଲେ ଡ୍ରାଇଭର ଏବଂ ହେଲ୍ପରଙ୍କୁ। ଉଭୟ ହେଲ୍ପର ଏବଂ ଡ୍ରାଇଭର ଥାନାରେ ପହଂଚି ଲିଖିତ ଅଭିଯୋଗ କରିଛନ୍ତି।ବାଲୁଗାଁ ବାଣପୁର ନାଚୁଣୀ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ପୋଲିସର ନିଷ୍କ୍ରିୟତା ପାଇଁ ଲୁଟେରାମାନେ ପୋଲିସକୁ ଚକମା ଦେଇ କରୁଛନ୍ତି ଲୁଟ। ବାଲୁଗାଁ ବାଣପୁର ନାଚୁଣୀ ଅଞ୍ଚଳରେ ଲଗାତାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟବାସିନ୍ଦାଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି।