ଆହାର କେନ୍ଦ୍ରରେ ପିଇବା ପାଣି ସମସ୍ୟା

(ରଜନୀକାନ୍ତ ପାତ୍ର)ହିଞ୍ଜିଳିକାଟୁ: ରାଜ୍ୟ ସରକାରଙ୍କ ତରଫରୁ ୫ଟଙ୍କାରେ ଖାଦ୍ୟ ଯୋଗାଇଦେବା ନିମନ୍ତେ ହିଞ୍ଜିଳିକାଟୁ ଠାରେ ଏକ ଆହାର କେନ୍ଦ୍ର ନିର୍ମାଣ ହୋଇଛି ସତ। ଏହି ଆହାର କେନ୍ଦ୍ର ଅସୁବିଧା ଓ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ଉଚ୍ଚପଦଅଧିକାରୀ ଅଞ୍ଚଳରେ ଥାଇ ମଧ୍ୟ ନଥିଲା ପରି ମନେ ହୋଉଛି। ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଆହାର କେନ୍ଦ୍ର ରହିଛି । ଆଜକୁ ୩ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏହା ପ୍ରତି କାହାର ନିଘା ନାହିଁ । ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ ଲାଗିଛି ସତ କିନ୍ତୁ ଏହି ମେସିନରୁ ପାନୀୟ ଜଳ ମଧ୍ୟ ମିଳୁନାହିଁ । ଦୀର୍ଘ ଦିନ ହେଲା ମେସିନ ଅଚଳ ହୋଇ ପଡ଼ିଛି । ମେସିନ ରେ ମଇଳା ଆବର୍ଜନା ପରସ୍ତ ପରସ୍ତ ହୋଇ ରହିଛି। ଏପରି ସ୍ଥଳରେ ଖାଉଟି ଶୋଷ ରେ ଡହଳ ବିକଳ ହୋଇ ହାତ ଧୁଆ ପାଣି ପିଇବାକୁ ପଡୁଛି। ସରକାର ଜନହିତ ରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଖୋଦରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଏପରି ଅବ୍ୟବସ୍ଥା ଦେଖା ଦେଇଛି। ଗତ ମଇ ୨୨ ତାରିଖ ରେ ଆହାର କେନ୍ଦ୍ର ବର୍ଜ୍ୟ ଦୂଷିତ ଜଳ ନିଷ୍କାସନ ପାଇପ୍ ସଂଯୋଗ ହୋଇଥିବା ସ୍ଥାନ ରେ କିଛି ତ୍ରୁଟି ଥିବା ହେତୁ ଦୂଷିତ ଜଳ ରାସ୍ତାକୁ ଆସି ଦୁର୍ଗନ୍ଧ ହୋଇଥିବା ଘଟଣା ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ କରିବା ପରେ ମଧ୍ୟ ଏହାର ସମାଧାନ ନହେବା ଦୁର୍ଭାଗ୍ୟଜନକ ଘଟଣା ପରିମନେ ହୋଉଛି । ଆହାର କେନ୍ଦ୍ର ପରି ଏକ ସମ୍ବେଧିନଶୀଳ ସ୍ଥାନ ହୋଇଥିବାରୁ ବିଭିନ୍ନ ସମସ୍ୟାକୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳିନଥିବା ଆହାର କେନ୍ଦ୍ରର ଖାଉଟି ଓ କର୍ମୀ ମାନେ କହିଛନ୍ତି।