ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଲୋଡ଼ି ଓଡ଼ିଶା ଆସିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଭାବପ୍ରବଣ ହୋଇ ନବୀନଙ୍କୁ ରାକ୍ଷୀ ବାନ୍ଧିଥିଲି ବୋଲି କହିଛନ୍ତି। ମାଗିବା ଆଗରୁ ନିର୍ବାଚନ ପାଇଁ ସମର୍ଥନ ଦେବା ସହ ବିଦେଶରେ ଥାଇ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍‌ରେ କଥା ହୋଇଥିଲେ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ। କହିଛନ୍ତି, ମୁଁ ଗାଁର ଝିଅ, ମନ୍ତ୍ରୀ ଥିଲି ବହୁ କାମ କରିଛି। ଆହୁରି କାମ ବାକି ଅଛି, ଏବେ ଆପଣଙ୍କ ସହଯୋଗ ଦରକାର।