ପଟ୍ଟାଙ୍ଗି : କୋରାପୁଟ କୁନ୍ଦୁଲି ହାଟପଦାରେ ଡବଲ ମର୍ଡର ଘଟିଛି। ପ୍ରତିଶୋଧ ପରାୟଣ ହୋଇ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଦୁଇ ମୃତକ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି।
ମିଳିଥିବା ସୂଚନାଅନୁସାରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କୁ ପ୍ରଥମେ ହତ୍ୟା କରିଥିଲେ ବାପପୁଅ ଯୋଗୁଲୁ ରୁଡ଼ି ଏବଂ ପୁଅ ରାଜକୁମାର ରୁଡ଼ି। ଏହାପରେ ପ୍ରତିଶୋଧ ପରାୟଣ ହୋଇ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାର ବର୍ଗ ମିଶି ଯୋଗୁଲୁ ରୁଡ଼ିଙ୍କ ପୁଅ ରାଜକୁମାର ରୁଡ଼ିଙ୍କୁ ହତ୍ୟା କରିଛନ୍ତି। କାହିଁକି ଉକ୍ତ ଘଟଣା ଘଟିଛି ଜଣା ପଡିନଥିବା ବେଳେ ପଟାଙ୍ଗି ପୁଲିସ ଘଟଣା ସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଛି।