ଭୁବନେଶ୍ୱରରେ ପହଞ୍ଚିଲା ୨ଟି ଡବଲ ଡେକର ବସ୍

0

ପହଞ୍ଚିଲା ଡବଲ ଡେକର ବସ୍ । ଗତକାଲି ବିଳମ୍ବିତ ରାତିରେ ଦୁଇଟି ଡବଲ ଡେକର ବସ ଭୁବନେଶ୍ୱର ଗାଡକଣ ଡିପୋରେ ପହଞ୍ଚିଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଡବଲ ଏହି ବସକୁ ଓଡିଶା ଅଣାଯାଇଛି । ପ୍ରଥମିକ ପର୍ଯ୍ୟାୟରେ ଓଡିଶାକୁ ୫ଟି ଡବଲ ଡେକର ବସ୍ ଆସିବାକୁ ଥିବା ବେଳେ ଖୁବଶୀଘ୍ର ଆଉ ୩ଟି ଡବଲ୍ ଡେକର୍ ବସ୍ ଓଡ଼ିଶାରେ ପହଞ୍ଚିବ । ବର୍ତ୍ତମାନ ବସର ଟ୍ରାଏଲ ରନ ଜାରି ରହିଛି । ବସରରେ ଓଡିଶାର କଳା ସଂସ୍କୃତି ଯଥା କୋଣାର୍କ ମନ୍ଦିର, ଓଡିଶୀ ନୃତ୍ୟ ଏବଂ ଧଉଳୀ ର ପ୍ରତିଛବିକୁ ଚିତ୍ରଣ କରାଯାଇଛି । ଏଥିରେ ପାଖାପାଖି ୬୫ରୁ ଉର୍ଦ୍ଧ ସିଟ ରହିଛି । ଉଭୟ ପାଶ୍ୱର୍ରେ ସିଡିର ବ୍ୟବସ୍ଥା ରହିଛି । ଏହାଦ୍ୱାରା ଟ୍ବିନ୍ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ କାରଣ ଡବଲ-ଡେକର୍ ଇଲେକ୍ଟ୍ରିକ ଏସି ବସ୍ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ନେଇଯିବ।


ଏହି ବସ୍ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ୟ୍ୟନ୍ତ ଯାଇ ପାରିବ ।  ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍ ହୋଇଥିବାବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । CRUT ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଥମ ପର୍ୟ୍ୟାୟରେ ଖୋର୍ଦ୍ଧା, ପୁରୀ ଏବଂ କଟକ ଜିଲା ପାଇଁ ପାଞ୍ଚଟି ଡବଲ ଡେକର ଏସି ଇଲେକ୍ଟ୍ରିକ ବସ୍ କ୍ରୟ କରାଯିବ। ବର୍ତ୍ତମାନ ଦୁଇଟି ବସ ଆସି ସାରିଥିବା ବେଳେ ଖୁବ ଶ୍ରୀଘ୍ର ଆଉ ୩ ଟି ବସ ଆସିବ ବୋଲି ସୂଚନା ରହିଛି ।