(ମୁମ୍ବାଇ) : ଲଗାତର ଭାବେ ବଲିଉଡରୁ ନୂଆ ନୂଆ ହିଟ ଫିଲ୍ମ ସାମ୍ନାକୁ ଆସୁଛି । ଏହି କ୍ରମରେ ଶାହାରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁବ୍ ଖୁସିର ଖବର । ଖୁବଶୀଘ୍ର ଡନ୍-୩ ଆସୁଛି । ଗତ କିଛି ଦିନ ହେବ ଫିଲ୍ମ ଡନ୍-୩ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି। ୟୁଜରମାନେ ଫରହାନ ଅଖତରଙ୍କୁ ଟ୍ୟାଗ୍ କରି ଡନ୍-୩ର ଅପଡେଟ୍ ପଚାରୁଛନ୍ତି । ଏହି ଭିତରେ ଏବେ ଫିଲ୍ମକୁ ନେଇ ଖୁସି ଖବର ଆସିଛି ।
ନିକଟରେ ଫରହାନ ଅଖତର ଏକ ଫଟୋକୁ ନିର୍ମାତା ରିତେଶ ସିଧୱାନୀ ସେୟାର କରିଥିଲେ। ଏହାପରେ ପ୍ରଶଂସକମାନେ ଅନୁମାନ ଲଗାଇବା ଆରମ୍ଭ କରି ଦେଇଛନ୍ତି । ଡନ୍-୩ ଉପରେ କାମ ଚାଲିଛି ବୋଲି ସେମାନେ ଭାବୁଛନ୍ତି ।
ସୂଚାନୁଯାୟୀ, ଫରହାନ ଅଖତର ବହୁ ପୂର୍ବରୁ ଜିଲେ ଜରାର ଘୋଷଣା କରିଥିଲେ । ଫିଲ୍ମରେ ୩ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା , କାଟ୍ରିନା କୈଫ୍ ଓ ଆଲିଆ ଭଟ୍ଟ ରହିବେ । ଏବେ ଏହି ୩ଜଣଙ୍କର ଡେଟ୍ ଏକା ସାଥିରେ ମେଳ ଖାଉନାହିଁ । ଏବେ ଫରହାନ ଡନ୍-୩ର ସ୍କ୍ରିପ୍ଟରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।