ହିନ୍ଦୋଳ ଉପଖଣ୍ଡରେ ଦୋଳ ମେଲଣ,ଉତ୍ସବ ମୁଖର ହେଲା ଗାଁ ଦାଣ୍ଡ…

0

ହିନ୍ଦୋଳ(ଗୌତମ ମୁଦୁଲି)ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ସମସ୍ତ ଘର ଆଗରେ ଲିପାପୋଛା କରିବା ସହିତ ମୁରୁଜରେ ବିଭିନ୍ନ ରଙ୍ଗ ବେରଙ୍ଗର ଝୋଟି ପକାଇ ମହିଳାମାନେ ବିମାନରୂଢ ଦିଅଁଙ୍କୁ ଅପେକ୍ଷା କରିଥିଲେ।ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସୁସଜ୍ଜିତ ବିମାନରେ ଆଖପାଖ ଗ୍ରାମରୁ ଆସିଥିଲେ ।

ହିନ୍ଦୋଳ ଏନ୍ ଏ ସି ର ସରଧାପୂର୍,ନୂତନ ପାଟଣା, ଗୋବିନ୍ଦ ବେରଣୀ ଆଦି ଗ୍ରାମରୁ ସୁନ୍ଦର ସାଜସଜ୍ଜା ହୋଇଥିବା ବିମାନରେ ଦିଅଁଙ୍କୁ ଗୋପାଳ ଭାଇମାନେ ଆନନ୍ଦରେ କାନ୍ଧରେ ବୁହାଇ ଆଣିଥିଲେ । ସମସ୍ତ ବିମାନ ଆସି ହିନ୍ଦୋଳ ରଘୁନାଥ ଜୀଉ ମନ୍ଦିରକୁ ଆସି ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା ପରେ ଏକ ଭବ୍ଯ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲା ।

ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଖୋଳ ଝାଞ୍ଜ ତାଳେତାଳେ ଭଗବାନଙ୍କ ନାମ ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ଗ୍ରାମ ପରିଭ୍ରମଣ କରିଥିଲେ। ହିନ୍ଦୋଳ ଏନ୍ ଏ ସି ର ହଜାର ହଜାର ଲୋକ ଏହି ଦୋଳ ଯାତ୍ରା ଓ ମେଳଣକୁ ଉପଭୋଗ କରିଥିଲେ ।