ଭୁବନେଶ୍ୱର: ରାଜଧାନୀରେ କୁକୁର ଆତଙ୍କ ବଢ଼ିଥିବା ନିଜେ ସ୍ବୀକାର କଲେ ଭୁବନେଶ୍ୱର ମେୟର। ଦୀର୍ଘ ଦିନ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ଥିବାରୁ ଗଳି ଗଳିରେ କୁକୁରଙ୍କ ସଂଖ୍ୟା ବଢିଥିଲା। ବିଏମସି ହସ୍ପିଟାଲରେ ଦିଆଯାଇଥିବା କୁକୁର କାମୁଡ଼ା ଟୀକା ଦେଢ଼ ମାସ ଭିତରେ ୫୦୦ ଟୀକା ସରିଛି। ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର୍ ପାଇଁ ବନ୍ଦ ରହିଥିଲା ବନ୍ଧ୍ୟାକରଣ। ଆତ୍ୟତୁଧୁନିକ ହସ୍ପିଟାଲ କରାଯାଇଥିଲା କିନ୍ତୁ ବନ୍ଧ୍ୟାକରଣ ବନ୍ଦ ଥିଲା।ବର୍ତ୍ତମାନ କେସ ଟି ସାରିଥିବାରୁ ଅଳ୍ପ ଦିନ ଭିତରେ କୁକୁର ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ।