(ରଜନୀକାନ୍ତ ପାତ୍ର / ହିଞିଳି) ; ଦିନକୁୁ ଦିନ କରୋନାର ପ୍ରକୋପ ବଢିବାରେ ଲାଗିଛି ବ୍ରହ୍ମପୁରରେ ମଧ୍ୟ କରୋନା ବଢ଼ୁଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ଚକ୍ଷୁ ବିଭାଗର ଜଣେ ଡ଼ାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ପରେ ଅନ୍ୟ କର୍ମଚାରୀଙ୍କ ପରୀକ୍ଷା ଓ ଆଇସୋଲେସନ୍ ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଉକ୍ତ ଡାକ୍ତର ଜଣକ ଆଇସୋଲେସନରେ ରହିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀ ତଥା ଡାକ୍ତରମାନଙ୍କୁ ମଧ୍ୟ ସ୍ୱାବ୍ ଟେଷ୍ଟ ହେବା ସହ ଆଇସୋଲେସନ୍ରେ ରହିବାକୁ ଅନୁରୋଧ କରାଯାଇଛି ।