ରଥଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ବୈଠକ

0

ପୁରୀ-(ଜୟନ୍ତ କୁମାର ସେଠୀ)-ମହାପ୍ରଭୁଙ୍କ ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ସମାପନ ହେବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ଏହା ଏବେ ଶେଷ ,ପର୍ଯ୍ୟାୟରେ ପହଂଚିଛି । ସ୍ନାନଯାତ୍ରା ପାଇଁ ଦୀନ,ନୀତିନିର୍ଘଣ୍ଟ କିଭଳି ସଠିକ ସମୟରେ ସବୁ ହୋଇପାରିବ ସେନେଇ ବିଭିନ୍ନ ସେବାୟତ, ଦଇତାପତି ନିଯୋଗସହ ଏକ ସମନ୍ୱୟ ବୈଠକ ପୁରୀ ଜିଲ୍ଲାପ୍ରଶାସନ ସହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ଦଇତା ନିଯୋଗର କର୍ମକର୍ତ୍ତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ସ୍ନାନଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ନେଇ ନିଷ୍ପତ୍ତି ହୋଇଥିବା ହେତୁ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମନ୍ଦିର ଭିତରେ ସ୍ନାନ ମଣ୍ଡପ ଦେଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ସେହିପରି ବଡ଼ଦାଣ୍ଡରେ ମଧ୍ୟ ଭକ୍ତମାନେ ଠିଆହୋଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିପାରିବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସ୍ୱାସ୍ଥ୍ୟ, ସେବା , ପାନୀୟ ଜଳ ବ୍ୟବସ୍ଥା , ପୌର ପାଳିକା ପକ୍ଷରୁ ସଫେଇ ବ୍ୟବସ୍ଥା ହୋଇଛି। ଭକ୍ତମାନେ ମାର୍କେଟ ଛକରୁ ହୋଇଥିବା ବାରିକେଡରେ ପ୍ରବେଶ କରି ଆସିବେ । ସ୍ନାନଯାତ୍ରାରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖାଯାଇ ପାର୍କିଂ ବ୍ୟବସ୍ଥା ହୋଇଛି । ୬ଟି ସ୍ଥାନରେ ଗାଡି ରଖିବା ନେଇ ପାର୍କିଂ ବ୍ୟବସ୍ଥା ହୋଇଛି । ସେପଟେ ଦଇତାପତି ନିଯୋଗର କର୍ମକର୍ତ୍ତା କହିଛନ୍ତି ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳାରେ ଶେଷ କରିବା ପାଇଁ ଦଇତାପତି ନିଯୋଗ ପୁରୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବ । ହାତୀବେଶ ସମୟରେ କୌଣସି ସେବାୟତ ମହାପ୍ରଭୁଙ୍କ ଆଗରେ ଠିଆହୋଇ ରହିବେନାହିଁ । ଯେଉଁ ସେବାୟତଙ୍କର ଯେତେବେଳେ ସେବାଥିବ ସେହି ସେବାୟତହିଁ ଉପସ୍ଥିତ ରହିବେ ।