(ଅଜିତ କୁମାର ସାହୁ/ ଜଳେଶ୍ୱର) ; ସଭିଏଁ ପଢିବେ,ସଭିଏଁ ବଢ଼ିବେ ଯାହାକି ସର୍ବ ଶିକ୍ଷାଅଭିଜାନ ନାରା ଥିଲା, ଯାହା ଦ୍ୱରା ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପ୍ରତ୍ୟେକ ପିଲା ସରକାରୀ ସ୍କୁଲରେ ମାଗଣାରେ ଶିକ୍ଷା ଗ୍ରହଣ କିରିବେ, ଏଥିପାଇଁ ମଧ୍ୟାନ ଭୋଜନ,ପାଠ୍ୟ ପୁସ୍ତକ,ସ୍କୁଲ ବ୍ୟାଗ, ୟୁନିଫିର୍ମ, ସିହିତ ଜୋତା ଓ ମୋଜା ଜୋଗାଇ ଦିଆଯାଉଛି। ଯାହା ଦ୍ୱାରା ଗରିବ ଘରର ପିଲା ମାନେ ସ୍କୁଲ ଓ ଶିକ୍ଷାପ୍ରତି ଆକୃଷ୍ଟ ହେବେ,ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ। ଏହି ଅବସରରେ ବସ୍ତା ବ୍ଲକ ବେଗୁନିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପିଲା ମାନଙ୍କୁ ଜୋତା, ଓ ମୋଜା ବଣ୍ଟନ କରାଯାଇଛି। ଏଠାରେ ସୂଚନା ଥାଉକି ବିଦ୍ୟାଳୟ ର ମୋଟ ପିଲା ସଂଖ୍ୟା ୧୪୯ ଥିବା ବେଳେ, ପୂର୍ବରୁ ୧୨୬ ଜଣ ଛାତ୍ର ଛାତ୍ରୀଙ୍କୁ ଜୋତା ବଣ୍ଟନ କରାଯାଇଥିଲା, ମାତ୍ର ୨୩ ଜଣ ଛାତ୍ରଛାତ୍ରୀ ରହି ଯାଇଥିଲେ। ତେବେ ସ୍କୁଲ ର ଶିକ୍ଷକ, ଶିକ୍ଷତ୍ରି,ପିଲାମାନଙ୍କ ଘରକୁ ଯାଇ ସେମାନଙ୍କୁ ଓ ଅବିଭାବକ ମାନଙ୍କୁ ବୁଝାଇ,ସଚେତନ କରାଇ ଜୋତା ଓ ମୋଜା ବଣ୍ଟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠି, ସହକାରୀ ଶିକ୍ଷକ, ଶିକ୍ଷତ୍ରି ଶୁଭେନ୍ଦୁ ସାହୁ, ପରେସ ହାଁସଦା,ସୁମତି ପାଳ, ସୁକାନ୍ତ କୁମାର ବେହେରା,ରାଜେଶ କୁମାର ଦାସ,ମନୋରମା ସାହୁ, ସର୍ବେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଅନେକ ସ୍ଥାନରେ ପିଲାଙ୍କ ଉଦ୍ଧେଶ୍ୟରେ ଆସୁଥିବା ଆସବାପତ୍ର କୁ ସ୍କୁଲ କର୍ତ୍ତୃପକ୍ଷ ହଡ଼ପ କରୁଥିବା ବେଳେ, ବେଗୁନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷତ୍ରିଙ୍କର ଏଭଳି ପଦକ୍ଷେପ କୁ ସାଧରଣରେ ବେସ ପ୍ରସଂଶା କରାଯାଇଛି।