ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ବାପା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶର ପାୱାର ଡିପାର୍ଟମେଣ୍ଟ ଭିଜିଲାନ୍ସ ୟୁନିଟର ୩ଜର ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହି ୩ ଜଣଙ୍କର ମଧ୍ୟରେ ଅଭିନେତ୍ରୀ ଦିଶାଙ୍କ ବାପା ରହିଥିବା ସୁଚନାରୁ ଜଣାପଡିଛି । ଜଗଦୀଶ ପଟାନି ଏବଂ ଅନ୍ୟ ଦୁଇଜଣ କର୍ମଚାରୀ କରୋନା ସଂକ୍ରମିତ ଥିବା ବୁଧବାର ଆଡିସିନାଲ୍ ସିଏମଓ ଅଶୋକ କୁମାର ସୁଚନା ଦେଇଛନ୍ତି । ସେ ଏହା ମଧ୍ୟ ସୁଚନା ଦେଇଛନ୍ତି ଯେ ଚିହ୍ନଟ ପରେ ଜୋନାଲ୍ ଚିଫ୍ ଇଞ୍ଜିନିୟର ଅପିସକୁ ୪୮ ଘଣ୍ଟା ପାଇଁ ସିଲ୍ କରି ଦିଆଯାଇଛି ।