ଗଣଶିକ୍ଷା ମନ୍ତ୍ରୀ ଓ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ଆଲୋଚନା

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ମଧ୍ୟରେ ଆଲୋଚନା ଶେଷ | ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଟରେ ଶିକ୍ଷକ ସଙ୍ଘ ପକ୍ଷରୁ 11 ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି | ଆଲୋଚନା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇଛନ୍ତି |

କହିଛନ୍ତି, ଶିକ୍ଷକ ମାନଙ୍କସହ ଆଲୋଚନା ହେଲା, ପୂର୍ବରୁ ହାଇ ଲେବଲ କମିଟି ସହ ସେମାନଙ୍କ ଆଲୋଚନା ହୋଇଥିଲା, ସେମାନଙ୍କ ଦାବି ଉକ୍ତ କମିଟିକୁ ପଠାଇ ଦିଆଯିବ | ସେମାନଙ୍କ ଦାବି ନେଇ ଆଲୋଚନା ଜାରି ରହିଛି, ବିଭିନ୍ନ ପର୍ଯ୍ୟାୟରେ ଆହୁରି ଆଲୋଚନା ହେବ | ଆଲୋଚନା ମାଧ୍ୟମରେ ସେମାନଙ୍କର ଦାବି ବିଷୟରେ ସମାଧାନ ହେବ | ଶିକ୍ଷକ ସମାଜକୁ ଅନୁରୋଧ ସେମାନେ ୟୁନିଫର୍ମ ବର୍ଜନ କରନ୍ତୁ ନାହିଁ | ୟୁନିଫର୍ମ ବର୍ଜନ ନିଷ୍ପତିରୁ ବିରତ ରୁହନ୍ତୁ |