ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନାଚକ୍ର ଆୟୋଜିତ

(ଓମପ୍ରକାଶ ମିଶ୍ର/ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକର ପାପକ୍ଷୟ ଘାଟ ପର୍ୟ୍ୟଟନ ସ୍ଥଳୀରେ ଜିଲ୍ଲା ସଭାପତି ସୂଜନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସୂବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂଘ ଉପ ସଭାପତି ଆଶୁତୋଷ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଂଘ ଉପଦେଷ୍ଟା ସନ୍ତୋଷ କୁମାର ପଣ୍ଡା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ବ୍ଳକର “ସମାଜ” ପ୍ରତିନିଧି ରତ୍ନାକର ସେଠଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା। ବର୍ତ୍ତମାନ ସମୟରେ ସାମ୍ବାଦିକ ମାନେ ଅତ୍ୟନ୍ତ କଠିନ ପରିସ୍ଥିତି ସାମନା କରୁଛନ୍ତି।ଲୋକଙ୍କୁ ନ୍ୟାୟ ଦେବା, ଦୁର୍ନୀତିଗସ୍ତ ଲୋକଙ୍କ ମୁଖା ଖୋଲିବା ଭଳି ଅନେକ ନିରପେକ୍ଷ ଓ ଜନହିତକର କାର୍ୟ୍ୟ ମଧ୍ୟ କରୁଛନ୍ତି।କିନ୍ତୁ ସେମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଆଜି ପର୍ୟ୍ୟନ୍ତ ସରକାର କୈ।ଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ତେଣୁ ସାମ୍ବାଦିକ ମାନେ ନିଜର ହକ୍ ପାଇଁ ଏକଜୁଟ ହେବା ଆବଶ୍ୟକ ବୋଲି ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏକ ବୈଠକରେ ମତ ପ୍ରକାଶ କରିଛନ୍ତି। ରାଜ୍ୟର ଦୁଇ ଜଣ ସାମ୍ବାଦିକଙ୍କୁ ଦୂର୍ବବହାର କରାଯାଇ ଥିବାରୁ ସଂଘ ପକ୍ଷରୁ ଦୄଢ ନିନ୍ଦା କରାଯିବା ସହ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ଏ ହା ପରେ ପାପକ୍ଷୟ ଘାଟ ପର୍ୟ୍ୟଟନ ମହାଦେବ ମନ୍ଦିର ଯାଇ ସେଠାରେ ଥିବା ମନ୍ଦିର ର ବିଭିନ୍ନ ସମସ୍ୟା ଗୁଡିକ ଲୋକ ମାନଙ୍କ ଠାରୁ ପଚାରି ବୁଝିଥିଲେ । ଏହି ସାମ୍ବାଦିକ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ପ୍ରତିନିଧିର ସାମ୍ବାଦିକ ସ୍ୱାଧିନ ମେହେର, ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ଅଶୋକ କୁମାର ପଣ୍ଡା, ବିଜୟ ଆଚାର୍ୟ୍ୟ ପ୍ରମୁଖ ଉପସ୍ଥିତ ଥିଲେ।