ଦିଲ୍ଲୀ ପ୍ରଦୂଷଣ : ଭାରି ଯାନ ଉପରେ ପ୍ରତିବନ୍ଧକ
ଲଗାତାର ଭାବେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି
(ଦିଲ୍ଲୀ) : ଲଗାତାର ଭାବେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହି ପ୍ରଦୂଷଣକୁ ଦର୍ଶାଇ ଦିଲ୍ଲୀରେ ଡିଜେଲ ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯାନବାହାନରି ନିର୍ଗତ ପ୍ରଦୂଷଣକୁ ଯାଂଚ କରିବା ପାଇଁ ଅକ୍ଟୋବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ମଧ୍ୟମ ଏବଂ ଭାରୀ ସାମଗ୍ରୀ ବାହକ ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିବ । ଏନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।
ତେବେ ଏହି ନିର୍ଦ୍ଦେଶ କେବଳ ବ୍ୟବସାୟିକ ଯାନ ପାଇଁ ପ୍ରଯୁଜ୍ୟ ହେବ । ଏହି କ୍ରମରେ ଦେଖିବାକୁ ଗଲେ ପନିପରିବା, ଫଳ, ଶସ୍ୟ, କ୍ଷୀର ଏବଂ ଏହିପରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନଗୁଡ଼ିକୁ ପ୍ରବେଶ ଅନୁମତି ଦିଆଯିବ ।
କନ୍ପଡେରେସନ ଅଫ୍J ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କହିବାନୁଯାୟୀ , ଏଭଳି ନିଷ୍ପତ୍ତି ଦ୍ୱାରା ଦିଲ୍ଲୀର ବାଣିଜ୍ୟ ଏବଂ ପରିବହନ ଉପରେ ଖରାପ ପ୍ରଭାବ ପଡିବ । ହେବାକୁଥିବା ବୈଠକରେ ଏହି ନିଷ୍ପତ୍ତି ଏବଂ ବାଣିଜ୍ୟ ଏବଂ ପରିବହନ ଉପରେ ଏହାର ପ୍ରତିକୂଳ ପ୍ରଭାବ ବିସ୍ତୃତ ଭାବରେ ଆଲୋଚନା ହେବ ଏବଂ ଏହି ପ୍ରସଙ୍ଗରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।