ଆସିଲା ଭିସୁଟ ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ଡାଏଟମ ଟେଷ୍ଟ ରିପୋର୍ଟ , ପାଣି ରେ ବୁଡିବା ପରେ ହିଁ ମୃତ୍ୟୁ ହୋଇଥିବା ଉଲ୍ଲେଖ
ଭୁବନେଶ୍ୱର:ଆସିଲା ଭିସୁଟ ପୂର୍ବତନ ଛାତ୍ରୀ ଚିନ୍ମୟୀ ଙ୍କ ଡାଏଟମ ଟେଷ୍ଟ ରିପୋର୍ଟ। ଏହି ରିପୋର୍ଟରେ ପାଣି ରେ ବୁଡିବା ପରେ ହିଁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ଅନ୍ୟପଟେ ଚିନ୍ମୟୀ ଓ ପ୍ରୀତିମାନ ଙ୍କ ସାଇକୋଲୋଜିକାଲ ଅଟୋପସୀ ଟେଷ୍ଟ ପାଇଁ CFSL ଦିଲ୍ଲୀ କୁ ପଠାଇବାକୁ ଯୋଜନା କରୁଛି ସମ୍ବଲପୁର ପୋଲିସ। ଏଥିରେ ଉଭୟଙ୍କ କଲ ରେକର୍ଡ, whatsapp ଚାଟ, ଫୋଟୋ ଓ ଅନ୍ୟ ତଥ୍ୟ ପଠାଯିବ। ଏଥିରୁ ଚିନ୍ମୟୀ ମୃତ୍ୟୁ ସମୟରେ ଉଭୟଙ୍କ ମାନସିକ କିପରି ଥିଲା ତାହା ଜଣା ପଡିବ। ସେହିପରି ପୋଲିସର ଗୋଟିଏ ଟିମ ମଦନପୁର ରାମପୁର ଯାଇ ପ୍ରୀତିମାନଙ୍କ ବିଟେକ ସାର୍ଟିଫିକେଟ ଆଣିଛି। ଚିନ୍ମୟିଙ୍କ ଲଗେଜ ରେ ଏହା ରହିଯାଇଥିଲା.ସମ୍ବଲପୁର ଏସପି ବି ଗଙ୍ଗାଧର ଙ୍କ ସୂଚନା।