(ମୁମ୍ବାଇ ): ବଲିଉଡରେ ଏବେ ଅତ୍ୟଧିକ କରୋନା ସଂକ୍ରମିତର ପ୍ରଭାବ ଦେଖିବାକୁ ମିଳୁଛି | ଏଥିରୁ ବାଦ ପଡୁନାହାନ୍ତୁ ବଡ ବଡ ଷ୍ଟାର ମାନେ | କିଛି ଦିନ ପୂର୍ବେ ଡ୍ୟାନ୍ସ ରିଆଲିଟି ସୋ ‘ଡ୍ୟାନ୍ସ ଦିୱାନେ ୩’ ସେଟରେ ୧୮ ଜଣ କରୋନା ସକରାତ୍ମକ ରିପୋର୍ଟ ଆସିଥିଲା ଫଳରେ ଏହାକୁ ନେଇ ସେଟରେ ଆତଙ୍କ ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ‘ଡ୍ୟାନ୍ସ ଦିୱାନେ ୩’ର ବିଚାରପତି ଧରମେଶ କରୋନା ସଂକ୍ରମିତ ଥିବା ସୂଚନା ମିଳିଛି । ଏହି କାରଣରୁ ତାଙ୍କୁ କିଛି ଦିନ ପାଇଁ ଶୋ’ରୁ ବାଦ ଦିଆଯାଇଛି । ଧରମେଶଙ୍କ ବ୍ୟତୀତ ଶୋ’ର ନିର୍ମାତା ଅରବିନ୍ଦ ରାଓ ମଧ୍ୟ ବର୍ତ୍ତମାନ କରୋନା କବଳରେ ଅଛନ୍ତି।
୭ଦିନ ପୂର୍ବରୁ ରିପୋଟ ନେଗେଟିଭ ରହିଥିଲା କିନ୍ତୁ ଧରମେଶ ଗୋଆରେ ପୁନର୍ବାର ତାଙ୍କର ପରୀକ୍ଷା କରିଥିଲେ ଏବଂ ଏଥର ସେ ପରୀକ୍ଷା ପଜିଟିଭ୍ ପାଇଥିଲେ ।