ଶ୍ରୀ କାଞ୍ଚି କାମାକୋଟି ପୀତମ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପାରିଚାଳିତ ଶ୍ରୀ ଚନ୍ଦ୍ରଶେଖେନ୍ଦ୍ର ସରସ୍ୱତୀ ବିଦ୍ୟାଳୟ ପରିଭ୍ରମଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଖଜୁରୀ ପାଣ୍ଡୁଲିପି ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏ.ଆଇ ଏବଂ ଅନ୍ୟାନ୍ୟ ସୀମାନ୍ତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିରଳ ପାଣ୍ଡୁଲିପି ସଂଗ୍ରହରେ ରଖାଯାଇଥିବା ଜ୍ଞାନର ଭଣ୍ଡାରକୁ ବୁଲି ଦେଖିଥିଲେ ।

AI ଏବଂ ଅନ୍ୟାନ୍ୟ ସୀମାନ୍ତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିରଳ ପାଣ୍ଡୁଲିପି ସଂଗ୍ରହରେ ରଖାଯାଇଥିବା ଜ୍ଞାନର ଭଣ୍ଡାରକୁ ସଂରକ୍ଷଣ, ଡିଜିଟାଇଜେସନ୍ ଏବଂ ଅନୁବାଦ କରୁଛି। ତେବେ SCSVM ଭାରତର ଜ୍ଞାନ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ଭାରତର ମୁଲ୍ୟବୋଧ ପ୍ରଣାଳୀରେ ଗୁଣାତ୍ମକ ତଥା ସୁଲଭ ମୁଲ୍ୟରେ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ଉତ୍ସର୍ଗୀକୃତକୁ ନେଇ ସେ ଖୁସିବ୍ୟକ୍ତ କରିଥିଲେ । ଏଥିସହ ଏକାଡେମିକ ନେତୃତ୍ୱ, ଅନୁସନ୍ଧାନକାରୀ ଛାତ୍ର ଏବଂ ଅଧ୍ୟାପିକା ମାନଙ୍କ ସହିତ ଏନେଇ ଅଧିକ ଆଲୋଚନା କରିଥିଲେ ।
