ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଉନ୍ନୟନ କମିଶନର ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୧୩ ଏପ୍ରିଲ ୧୯୪୮ ରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ଏବର୍ଷ ୭୭ ବର୍ଷରେ ପଦାର୍ପଣ କରୁଛି । ଏହି ପ୍ରତିଷ୍ଠା ଦିବସକୁ ଏପ୍ରିଲ ୧୩ ଓ ୧୪ ଦୁଇ ଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।


ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ କମିଟି ପକ୍ଷରୁ ପୂର୍ବ ଭଳି ଏଥର ମଧ୍ୟ ତିନି ଦିନ ପାଳନ କରାଯିବା ପାଇଁ ଅନୁରୋଧ କରାଯାଇଥିଲା । ଏପ୍ରେଲ ୧୨ ରୁ ଏହାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବାକୁ ଆଲୋଚନା କରାଯାଇଥିଲା । ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାରୁ ଚଳିତ ବର୍ଷ ବେସାମରିକ ପରେଡ୍ ରେ ଛୋଟ ପିଲାମାନଙ୍କୁ ସାମିଲ କରାନଯାଇ କେବଳ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ଅଂଶଗ୍ରହଣ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛ ।


୧୩ ଓ ୧୪ ତାରିଖ ସଂନ୍ଧ୍ୟାରେ ଉତ୍କଳ ମଣ୍ଡପ ଠାରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବୈଠକରେ ଉତ୍ସବକୁ ଅତିଥି ମାନଙ୍କୁ ନିମନ୍ତ୍ରଣ, ରାଜଧାନୀ ପ୍ରତିଷ୍ଠା ଫଳକ ଓ ସଂଲଗ୍ନ ଅଂଚଳ ପରିସ୍କାର ପରିଚ୍ଛନ୍ନତା ଓ ସୈାନ୍ଦର୍ଯ୍ୟକରଣ, ପତାକା ଉ ତ୍ତୋଳନ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତି, ଅତିଥି ମାନଙ୍କ ପାଇଁ ବସିବା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା, ବିଭିନ୍ନ ପ୍ରତିଯୋଗିତା, ଭୁବନେଶ୍ୱରରେ ଐତିହ ସମ୍ବଳିତ ଫଟୋଚିତ୍ରକୁ ସ୍ଥନିତ କରି ଜୟଦେବ ଭବନ ଠାରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି ।