ନିବନ୍ଧନ ଅଧିକାରୀଙ୍କର ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଦେଓ ରଞ୍ଜନ ସିଂଙ୍କ ଅଭିଭାଷଣ

ରାଜ୍ୟର ବ୍ଲକ ଅଫିସରେ ସମସ୍ୟା ଅଧିକ । ରାଜ୍ୟ ସରକାର ସବୁବେଳେ ବ୍ଲକ ଓ ତହସିଲ ଅଫିସ ଉପରେ ନଜର ରଖିଥାନ୍ତି । ବ୍ଲକ ଅଫିସରେ ଯୋଜନା ଅଧିକ ଥାଏ । ଆଉ ସରକାର ବି ଅଧିକ ଟାର୍ଗେଟ ଦେଇଥାନ୍ତି । ସେହି ଅନୁଯାୟୀ ତହସିଲ ଅଫିସରେ ବେଶି କାମ ନଥାଏ । ଯାହାକୁ ନେଇ ନିବନ୍ଧନ ଅଧିକାରୀଙ୍କ ର ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଦେଓ ରଞ୍ଜନ ସିଂ ଙ୍କ ଅଭିଭାଷଣ ରଖିଥିଲେ । ସେ କହିଛନ୍ତି 2007 କି 2008 ରେ ଥରେ କଟକର ଜିଲ୍ଲାପାଳ ଥିବା ବେଳେ ସବ ରେଜିଷ୍ଟ୍ରାର ଅଫିସ ଯାଇ ସେଠାରେ ଦେଖିବାକୁ ପାଇଲି କି  ଅଫିସ ଅଫିସରଙ୍କ କଣ୍ଟ୍ରୋଲ ରେ ନାହିଁ । ସେ ଅଫିସ ଆଉ କିଏ ଚଳାଉଛି।  ସେଠି 3 ଘଣ୍ଟା ବସିଲି ଏବଂ ଅନୁଭବ କଲି ଏଠି ବସିଲେ ଶ୍ୱାସ ହୋଇଯିବ।  ସେ ଅଫିସର କେମିତି ବସୁଛି । ମୋତେ ଲାଗିଲା ଏଇ ଅଫିସ ସବ ରେଜିଷ୍ଟ୍ରାର ଚଳାଉ ନାହାନ୍ତି ଆଉ କିଏ ଚଳାଉଛି । ଜଣେ ରେଜିଷ୍ଟ୍ରାର ୧୨ ଘଣ୍ଟା ରେ ୩୦୦ ଘରକୁ ସର୍ଭେ କରିବା ପାଇଁ ଯାଇଥିଲେ ବୋଲି ଉଲ୍ଲେଖ କରିଥିଲେ।

ଯେତେବେଳେ ବାସ୍ତବତା ଦେଖାଗଲା ସେତେବେଳେ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣା ପଡ଼ିଲା । ଯାଞ୍ଚ ବେଳେ ଧରାପଡ଼ିଲା ସେ ନିଜ ପରିସୀମା ବାହାରକୁ ଯାଇଥିବା ବି ଉଲ୍ଲେଖ କରିଥିଲେ । ଆଉ ଜଣେ ଅଧିକାରୀ ତ ୧୦ ବର୍ଷ ତଳୁ ମୃତ ବ୍ୟକ୍ତି ଙ୍କୁ ଜୀବିତ ବୋଲି ଦର୍ଶାଇ ଥିଲେ ହୋମ ଭିଜିଟରେ।  ଉଭୟ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  ବୋଲି କହିଛନ୍ତି ଦେଓ ରଞ୍ଜନ ସିଂ ।