ବ୍ୟାଙ୍କ ଅଫ ବରୋଦାରେ ମିଶିବ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଅପ୍ରେଲ ୧ରୁ ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହେବେ । ଅର୍ଥାତ୍ ଦେନା ଏବଂ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ଖାତା ବ୍ୟାଙ୍କ ଅଫ ବରୋଦାକୁ ଟ୍ରାନ୍ସଫର ହୋଇଯିବ । ବ୍ୟାଙ୍କ ଅଫ ବରୋଦାର ନିର୍ଦ୍ଦେଶକ ମଣ୍ଡଳ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ସେୟାର ଧାରକଙ୍କ ଇକ୍ୱିଟ ସେୟାର ଜାରୀ କରିବା ଏବଂ ଆବଂଟନ କରିବା ପାଇଁ ମାର୍ଚ୍ଚ ୧୧ରେ ରେକର୍ଡ ତାରିଖ ନିର୍ଦ୍ଧାରିତ କରିଥିଲେ ।
ଏହି ମିଶ୍ରଣ ପରେ ବ୍ୟାଙ୍କ ଅଫ ବରୋଦା ଦେଶର ତୃତୀୟ ବଡ ବ୍ୟାଙ୍କ ହେବ । ଏବେ ୪୫.୮୫ ଲକ୍ଷ କୋଟି ଟଙ୍କାର ମୂଲ୍ୟ ବ୍ୟବସାୟ ସହ ଏସବିଆଇ ପ୍ରଥମରେ ରହିଛି । ୧୫.୮ ଲକ୍ଷ କୋଟି ଟଙ୍କା ବ୍ୟବସାୟ ସହ ଏଚଡିଏଫସି ଦ୍ୱିତୀୟ ସ୍ଥାନରେ ଏବଂ ୧୧.୦୨ ଲକ୍ଷ କୋଟି ଟଙଯକାର ବ୍ୟବସାୟ ସହ ଆଇସିଆଇସି ବ୍ୟାଙ୍କ ତୃତୀୟ ସ୍ଥାନରେ ରହିଛି । ଏବେ ବ୍ୟାଙ୍କ ଅଫ ବରୋଦା ୧୫.୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସହ ବ୍ୟାଙ୍କ ଅଫ ବରୋଦା ଆଇସିଆଇସିଆଇ ବ୍ୟାଙ୍କକୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିବ ।
ବ୍ୟାଙ୍କର ମିଶ୍ରଣ ହେବା ପରେ ଗ୍ରାହକଙ୍କୁ ନୂତନ ଆକାଉଂଟ ନମ୍ବର ଏବଂ କଷ୍ଟମର ଆଇଡି ମିଳିବ, ଏସଆଇପି ଏବଂ ଇଏମଆଇ ପାଇଁ ଗ୍ରାହକଙ୍କୁ ନୂତନ ଇନଷ୍ଟ୍ରକଶନ ଫର୍ମ ଭରିବାକୁ ପଡିବ,ନୂତନ ଚେକବୁକ, କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ଦିଆଯିବ, ଏଫଡି ଏବଂ ଆରଡିରେ କୌଣସୀ ପରିବର୍ତନ ହେବ ନାହିଁ ,ପର୍ସନାଲ ଲୋନ, ହୋମ ଲୋନରେ କୌଣସୀ ପରିବର୍ତଣ ହେବ ନାହିଁ ,କିଛି ଶାଖା ବନ୍ଦ ହୋଇ ପାରେ, ଏଥିପାଇଁ ଗ୍ରାହକଙ୍କୁ ନୂତନ ଶାଖାକୁ ଯିବାକୁ ପଡିବ ।