ଗର୍ଭବତୀ ଖବରର ମାତ୍ର ୪୮ ଘଣ୍ଟାରେ ପ୍ରସବ

ରିପୋଟର୍ସ ଟୁଡେ ବ୍ୟୁରୋ: ଆମେରିକାର ଜଣେ ଦମ୍ପତ୍ତି ଶିଶୁକୁ ଜନ୍ମ ଦେବାପାଇଁ କହିବାର ୪୮ ଘଣ୍ଟାରେ ପ୍ରସବ କରିଛନ୍ତି ଏକ ବାଳକ ଶିଶୁ । ଜଣେ ୨୩ବର୍ଷିୟ ଝିଅ ପେଟୋନ ଷ୍ଟୋଭର ଓମାହାର ଜଣେ ଶିକ୍ଷକ ଥିଲେ । ସେ ଡାକ୍ତର ପାଖକୁ ସେତେବେଳେ ଯାଇଥିଲେ ଯେତେବେଳେ ସେ ଥକାପଣ ଅନୁଭବ କରିଥିଲେ । ସେ ଭାବୁଥିଲେ କାମ କରିବା ଷ୍ଟ୍ରେସରେ ଏମିତି ଥକାପଣ ସେ ଅନୁଭବ କରୁଛନ୍ତି । ହେଲେ ସେ ଯେତେବେଳେ ତାଙ୍କ ଶରୀରର କିଛି ପରିବର୍ତ୍ତନ ଯେମିତିକି ପାଦରୁ ଝାଳ ବାହାରିବା ପରି ଲକ୍ଷଣ । ସେତେବେଳେ ଡାକ୍ତର ତାଙ୍କ ଚିକିତ୍ସା କରି କହିଥିଲେ ତୁମ ଶିଶୁ ଏବେ ଜନ୍ମ ହେବା ଅବସ୍ଥାରେ ଅଛି ।

ଏହାଶୁଣି ସେ ପୂର୍ଣ୍ଣରବାର ଚିକିତ୍ସା ପାଇଁ ଯାଇଥିଲେ । ପୁଣି ସେହି ସିଦ୍ଧାନ୍ତରେ ପହଁଚିଥିଲେ । ତାହାପରେ ସେ ଅଲଟ୍ରା ସାଉଣ୍ଡ କରି ଜାଣିଥିଲେ ସେ ଗର୍ଭବତ୍ତୀ ଅଛନ୍ତି । ଛୁଆଟି ଅଳ୍ପଦିନର ହୋଇଥିବାରୁ ପ୍ରସବରେ ଅଧିକ ବିପଦପୂର୍ଣ୍ଣ ହୋଇଥିଲା । ତାହାପରେ ମେଡିକାଲ ଏକ୍ସପର୍ଟ ଏମରଜେନ୍ସି ସି ସେକ୍ସନରେ ଭର୍ତ୍ତି କରାଇଥିଲେ, ମାଆ ଏବଂ ଶିଶୁର ଜୀବନକୁ ସୁରକ୍ଷା ଦେବାପାଇଁ । ତାହାପରେ ସେ ଏକ ବାଳକ ଶିଶୁକୁ ଜନ୍ମ ଦେଇଥିଲେ । ଯେଉଁ ଶିଶୁଟି ୧୦ମାସ ପୂର୍ବରୁ ଜନ୍ମ ନେଇଛି । ଏବଂ ଶିଶୁର ଓଜନ ମାତ୍ର ଚାରି ପାଉଣ୍ଡ ଅଛି । ଏହି ଘଟଣାରେ ଦମ୍ପତ୍ତି ଦୁଇ ଜଣ ବହୁତ ଖୁସି ଅଛନ୍ତି । ସେମାନେ ଶିଶୁକୁ ଜନ୍ମ ଦେବାକୁ ଚାହୁଁଥିଲେ ଏବଂ ତାହା ଏବେ ସେମାନଙ୍କୁ ମିଳିଯାଇଛି ବୋଲି ମିସ ଷ୍ଟୋଭର କହିଛନ୍ତି ।