(ରଜନୀ କାନ୍ତ ପାତ୍ର / ହିଞିଳି) ; ହିଞିଳିକାଟୁ ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ସମାଜସେଵୀ ସୂର୍ୟ୍ୟ ନାରାୟଣ ସାହୁ (୮୦)ଙ୍କ ମଙ୍ଗଳବାର ପୂର୍ବାହ୍ନରେ ନିଜ ବାସଭବନରେ ଦେହାନ୍ତ ହୋଇଛି ।ସ୍ବର୍ଗତ ସୂର୍ୟ୍ୟ ନାରାୟଣ ଜଣେ ପରୋପକାରୀ ,ମେଳାପୀ,ସମବାୟ ନେତା ଓ ମା\’ ଶ୍ୟାମଳାଇ ମନ୍ଦିର ପରିଚାଳନା କମିଟି ସଭାପତି ଥିଲେ ।ସ୍ୱଗର୍ତ ସାହୁ କିଛିଦିନ ହେଲା ଅସୁସ୍ଥ ଥିଲେ ଘରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେଉଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ବହୁ ଭଦ୍ର ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।