ଗଞ୍ଜମ/ରଜନୀକାନ୍ତ ପତ୍ର : ଗଞ୍ଜାମଜିଲ୍ଲା,ଶେରଗଡ଼ ବ୍ଳକ ବନ୍ଧାଗୁଡା ପଞ୍ଚାୟତର ଲକ୍ଷ୍ମନୃସିଂହ ପୁର ନିକଟସ୍ଥ ଜଙ୍ଗଲରୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଛି ଶେରଗଡ଼ ପୋଲିସ | ସୁଚନା ଅନୁସାରେ, ସୂର୍ଯ୍ୟ ଗୌଡ଼ ବୟସ-୩୦ ବର୍ଷ ଆଜି ସକାଳେ ଘରେ ନଥିବା ସମୟରେ ପରିବାର ଲୋକ ଓ ଗ୍ରାମବାସୀ ଅନେକ ସମୟଧରି ଖୋଜା ଖୋଜି ପରେ ଲକ୍ଷ୍ମନୃସିଂହ ପୁର ଗ୍ରାମର ଏକ ଜଙ୍ଗଲରୁ ସୂର୍ଯ୍ୟଙ୍କ ମୃତ ଦେହ କ୍ଷତ ବିକ୍ଷତ ଅବସ୍ଥାରେ ମିଳିଥିଲା |
ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ଶେରଗଡ଼ ପୋଲିସକୁ ଖବର ଦେଇଥିଲେ | ସେପଟେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣା ସ୍ଥାନରେ ଶେରଗଡ଼ ପୋଲିସ ସହ ପଟପୁରୁ ଥାନା ଅଧିକାରୀ ଆସିକା SDPO ପହଞ୍ଚି ତଦନ୍ତ ଆରମ୍ଭ କରି ଶବକୁ ଶେରଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ସୁଚନା ମିଳିଛି | ଦିନକୁ ଦିନ ସେରଗଡ ଅଂଚଳରେ ହତ୍ୟାର ସଂଖ୍ୟା ବଢ଼ିବାରେ ଲାଗିଛି କିନ୍ତୁ ସ୍ଥାନୀୟ ପୋଲିସ ପ୍ରଶାସନ ଚୁପ |