ଦେଶରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଦେଶରେ କରୋନାଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨ ରେ ପହଞ୍ଚିଛି । ଦିଲ୍ଳୀରେ ଜଣେ ୬୯ ବର୍ଷିୀୟ ମହିଳା ସଂକ୍ରମଣରରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ମହିଳା ମଧ୍ୟ ମଧୁମେୟ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପିଡ଼ିତ ଥିଲେ । ତାଙ୍କୁ ରାମ ମନୋହର ଲୋହିଆ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତ ମହିଳାଙ୍କ ପୁଅ ଫେବୃଆରୀ ୫ ରୁ ୨୨ ମଧ୍ୟରେ ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲୀ ଗସ୍ତ କରିଥିଲେ । ସେ ଫେବୃଆରୀ ୩୦ ରେ ଘରକୁ ଫେରିଥିଲେ ।ପରେ ସେ ଥଣ୍ଡା ରେ ପିଡ଼ିତ ଥିବା ଜଣାପଡ଼ିଥିଲା । ଯାଞ୍ଚ ପରେ ସେ କରୋନା ଭାଇରସ ଦ୍ୱାରା ସଂକମ୍ରିତ ହୋଇଥିବା ଜଣାପଡଥିଲା । ପରେ ପରେ ମା’ ମଧ୍ୟ ଭାଇରସ ଦ୍ୱାରା ସଂକ୍ରମଣ ହୋଇଥିଲେ । ମୃତ ମହିଳାଙ୍କ ପୁଅ ମଧ୍ୟ ଚିକିତ୍ସିତ ହେଉଛନ୍ତି ।
ଏହା ପୂର୍ବରୁ ମାର୍ଚ୍ଚ ୧୨ ରେ କର୍ଣ୍ଣାଟକରେ ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଂକ୍ରମଣ ହେତୁ ମୃତ୍ୟୁ ଘଟିଥିଲା । ଦିଲ୍ଲୀ ସରକାର କରୋନାକୁ ମହାମାରୀ ଘୋଷଣା କରିଛନ୍ତି । ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ସତର୍କ ବିଦ୍ୟାଳୟ , କଲେଜ ଏବଂ ସିନେମା ହଲ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିଛି ।