ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି ପଟିଆଲା ହାଉସକୋର୍ଟ

(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଳୀ ): ପୁଣି ମିଳିବ ନୂଆ ତାରିଖ । ନିର୍ଭୟାକୁ ନ୍ୟାୟ ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ କିଛି ଦିନ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଦୋଷୀଙ୍କୁ ଫାଶୀ ଦେବା ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି । ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମରେ ସାମିଲ ଥିବା ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି ପଟିଆଲା ହାଉସକୋର୍ଟ ।
ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀମାନେ ଫାଶୀରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ରାସ୍ତା ଆପଣାଇଥିଲେ । ଜଣକ ପରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିବା ସାଙ୍ଗକୁ ରାଜକ୍ଷମା ପାଇଁ ଆବେଦନ ମଧ୍ୟ କରିଥିଲେ । ଏନେଇ ଫାଶୀ ତାରିଖ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଥିଲା । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପ୍ରଥମେ ଜାନୁଆରୀ ୨୨ରେ ସକାଳ ୭ଟା ରେ ଫାଶୀ ହେବା ନେଇ ମୃତ୍ୟୁ ପରୱାନା ଜାରି ହୋଇଥିଲା । ଚାରୀ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିଥିଲା । ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଫାଶୀ ତାରିଖ ୧୪ଦିନ ଘୁଞ୍ଚି ଫେବୃଆରୀ ୧ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦେବାକୁ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ପୁଣି ସେହିପରି ଗତ ୨୯ତାରିଖ ଦିନ ରାଜକ୍ଷମା ପାଇଁ ବିନୟ ଆବେଦନ କରିଛ ବିନୟ । ଏହି ମାମଲା ବିଚାରଧୀନ ଥିବାରୁ ଫାଶୀ ତାରିଖ ଘୁଞ୍ଚାଇବାକୁ ଅପିଳ ହୋଇଥିଲା ।