(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ) : ମୟୁରଭଞ୍ଜ ଜିଲ୍ଲା ପୋଲିସ ପାରେଡ଼ ପଡିଆ ଠାରେ ସଦରମହକୁମା ସ୍ତରୀୟ ୭୩ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା , ଜିଲ୍ଲା ପାଳ ବିନୀତ ଭରଦ୍ୱାଜ , ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଯୋଗ ଦେବା ସହ ମନ୍ତ୍ରୀ ପ୍ରତାପ ଜେନା ଜାତୀୟ ପତାକା ଉତ୍ତଳନ କରିବା ସହ ମିଳିତ ପାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସଦର ମହକୁମା ବାରିପଦା ର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସମେତ ଏନଏସଏସ, ଏନସିସି, ଏବଂ ରେଡ଼କ୍ରୋସ ପକ୍ଷରୁ ପାରେଡ଼ ଅନୁଷ୍ଠିତ ହୋଇଥିଲା । ଶେଷରେ ପରେଡ଼ ରେ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠ ଗ୍ରୁପ ସମେତ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।