ମାଳି ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ତରଫରୁ ଦାବିପତ୍ର ପ୍ରଦାନ
ମାଳି ପର୍ବତ ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ ମାଳି ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି।
(ସେମିଳିଗୁଡା/ଦଶରଥ ମାଛ) : ମାଳି ପର୍ବତ ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ ମାଳି ସୁରକ୍ଷା ସମିତି ଏବଂ ହାଲ ବିସ୍ଥାପିତ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ମାଳି ପର୍ବତ ଖଣି ଲିଜକୁ ପ୍ରତ୍ୟାହର କରିବାକୁ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଦାବି କରିଛନ୍ତି। ଆଜି ମାଳି ପର୍ବତ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ କୋରାପୁଟ ଆସି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ। ମାଳି ପର୍ବତ ଖଣି ଲିଜକୁ ପ୍ରତ୍ୟାହର କରିବା ସହ ଯେଉଁ ମାନଙ୍କ ନାମରେ ମିଥ୍ୟା କେସ କରାଯାଇଛି ତାହାକୁ ପ୍ରତ୍ୟାହର କରିବା, ଅଞ୍ଚଳବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଗୋଷ୍ଠି ସମ୍ବଳ ଅଧିକାର ପ୍ରଦାନ କରିବା ଏବଂ ୨୦୨୩ ଜଙ୍ଗଳ ସଂଶୋଧନ ଆଇନ ପ୍ରତ୍ୟାହର କରିବା ପ୍ରମୁଖ ଦାବି ରହିଥିବା ମାଳି ପର୍ବତ ସୁରକ୍ଷା ସମିତିର ସଭାପତି ବିଜୟ ଖିଲ କହିଛନ୍ତି। ଯଦି ଦାବି ସମାଧାନ କରା ନ ଯାଏ ତେବେ ଆସନ୍ତା ୨୦୨୪ ନିର୍ବାଚନ ଭୋଟ ସମୟରେ ସରକାରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।
ଖୁବ୍ ଶୀଘ୍ର ବୈଠକ କରାଯାଇ ଦାବି ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ କହିଛନ୍ତି। ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନୋଟିକସ ଲିମିଟେଡ ପ୍ରକଳ୍ପ ନିର୍ମାଣ ନିମନ୍ତେ ବିସ୍ଥାପିତ ମାନଙ୍କ ଜମି ନିଆଯାଇଥିଲା । ପ୍ରକଳ୍ପ ନିର୍ମାଣ ପରେ ଅବ୍ୟବହୃତ ହୋଇ ପଡି ରହିଥିବା ଜମିକୁ ବିସ୍ଥାପିତ ମାନଙ୍କୁ ଫେରସ୍ତ କରିବାକୁ ହାଲ ବିସ୍ଥାପିତ ସଂଘ ଦାବି କରିଥିବା ସଭାପତି ତ୍ରିଲୋଚନ ମୁଦୁଲି କହିଛନ୍ତି। ବିସ୍ଥାପିତ ଥଇଥାନ ନୀତି ଅନୁସାରେ ଥଇଥାନ କରାଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ।ଆଲୋଚନା ମାଧ୍ୟମରେ ଦାବି ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ କହିଛନ୍ତି।
ସୂଚନାନୁଯାୟୀ , କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଆଠ ଗୋଟି ପଞ୍ଚାୟତରେ ଲୋକ ବସବାସ କରୁଥିବା ଚାଳିଶି ହଜାର ଲୋକଙ୍କ କରୁଣା କାହାଣୀ। ଗ୍ରାମ ପଞ୍ଚାୟତ ଗୁଡିକରେ ପାକଝୋଲା,ଦଳେଇଗୁଡା,ଖୁଡି, ସରିଶପଦର,କୁନ୍ଦୁଲି, ଦୁଧାରୀ,ଚାରଙ୍ଗୁଲ,ଉପର କାଣ୍ଟି,ମାଳି ପର୍ବତ ଖଣି ଖନନ ପାଇଁ ଓଡ଼ିଶା ସରକାର ହିଣ୍ଡାଳକ କମ୍ପାନୀକୁ ଲିଜ ଦେଲେ ୨୦୦୩ ମସିହାରେ ଆଜକୁ ଦୀର୍ଘ ୨୧ ବର୍ଷ ହେବ ଭିଟାମାଟି ଲେବ୍ରେଟ୍ରି ହାଇଦ୍ରାବାଦ ଦ୍ଵାରା ଏକ ସର୍ବେ କରାଯାଇଥିବା। ଭିଟାମାଟି ଲେବ୍ରେଟ୍ରିରେ କହିବା ପ୍ରକାରେ ପାହାଡ଼ରେ ଗଛ ପତ୍ର ନଦୀ ଝରଣା ନାହିଁ ୧୦ କିମି ଭିତରେ କୌଣସି ସହର ନାହିଁ ଏକ କିଲୋମିଟର ଭିତରେ କୌଣସି ଗାଁ ଗଣ୍ଡା ନାହିଁ କି ସ୍କୁଲ କଲେଜ ନାହିଁ କି ମେଡ଼ିକାଲ ନାହିଁ ବୋଲି ସମ୍ପୁର୍ଣ୍ଣ ମିଥ୍ୟା ତଥ୍ୟ ଦେଇଛି ସେଥିପାଇଁ ଲୋକମାନେ ବାଧ୍ୟ ହୋଇ ପ୍ରତିବାଦ କରୁଛନ୍ତି।