(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଓଡିଶା ମୁହାଁ ସାମୂଦ୍ରିକ ଝଡ ଫନି । ଏହା ପୁରୀଠାରୁ ଆଉ ପ୍ରାୟ ୨୯୫ କିମି ଦୂରରେ ରହିଛି । ଆସନ୍ତାକାଲି ଦିନ ସକାଳ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ଏହି ସମୟରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ । କେତେକ ସ୍ଥାନରେ ଏହା ବେଳେବେଳେ ୨୦୦ କିମି ବେଗରେ ପବନ ବହିବ ବୋଲି କୁହାଯାଉଛି। ଅନ୍ୟ ପଟେ ଆସନ୍ତାକାଲି ଯଦି ପବନର ବେଗ ୫୦ କିମି ଛୁଏଁ ତେବେ ବିଦ୍ୟୁତ ସରବରାହ କାଟି ଦିଆଯିବ।
ଫୋନି ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଦେଇ କହିଛନ୍ତି ଯେ, ପବନର ବେଗ ୫୦ କିମି ଛୁଇଁଲେ ବିଦ୍ୟୁତ ସରବରାହ କାଟି ଦିଆଯିବ। ବାତ୍ୟା ପବନ କମିବା ପରେ ସବୁ ଅଞ୍ଚଳ ତନ୍ନ ତନ୍ନ କରି ଯାଞ୍ଚ କରାଯିବ। ଯାଞ୍ଚ କରାଯାଇ ଆବଶ୍ୟକ ମରାମତି ପରେ ବିଦ୍ୟୁତ୍ ସଂଯୋଗ ଦିଆଯିବ।