କାଲି ସକାଳ ୮ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ କରିବ ‘ଫନି’

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଓଡିଶା ଆଡକୁ ମାଡି ଆସୁଛି ସାମୂଦ୍ରିକ ଝଡ ଫନି । ଧୀରେ ଧୀରେ ଫନିର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳୁଛି । ଏହା ପୁରୀଠାରୁ ଆଉ ପ୍ରାୟ ୩୩ ୦ କିମି ଦୂରରେ ରହିଛି । ଫୋନି ଘଂଟା ପ୍ରତି ୧୬ କିମି ବେଗରେ ମାଡି ଆସୁଛି । ଆସନ୍ତା କାଲି ଦିନ ୮ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ କରିବ । ୧୨ ଟା ପର୍ୟ୍ୟନ୍ତ ପବନର ପ୍ରଭାବ ଜାରି ରହିବ । ଏହି ସମୟରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ । କେତେକ ସ୍ଥାନରେ ଏହା ବେଳେବେଳେ ୨୦୦ କିମି ବେଗରେ ପବନ ବହିବ ବୋଲି କୁହାଯାଉଛି ।
ପୁରୀ ପାଖାପାଖି ଯେ କୌଣସୀ ଅଂଚଳରେ ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ ହେବା ନେଇ କୌଣସୀ ନିଦ୍ଧିଷ୍ଟ ସ୍ଥାନ ନିରୂପଣ ହୋଇପାରୁ ନାହିଁ । ତେବେ ଏହି ପ୍ରାକୃତିକ ବିପର୍ୟ୍ୟୟକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଲ୍ୟାଣ୍ଡଫଲ ହେବା ପରେ ବନ୍ୟା ହେବାର ସମ୍ଭାବନା ରହିଛି । କାରଣ ବାତ୍ୟା ପରେ ୨୦୦ ମିଲି ମିଟର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି ।