କଟକରେ ୧୦୬୦ ସବୁଠାରୁ ଅଧିକ ଭିକାରୀ ରହିଛନ୍ତି…

ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ । କଟକରେ ୧୦୬୦ ସବୁଠାରୁ ଅଧିକ ଭିକାରୀ ରହିଛନ୍ତି । ସେହିପରି ବରଗଡ଼ରେ ୫୯୫,ଗଞ୍ଜାମ ରେ ୫୪୫, ବଲାଙ୍ଗୀର ରେ ୪୮୨, ସୁନ୍ଦରଗଡ ରେ ୪୧୭, ପୁରୀ ରେ ୩୫୦ ଭିକାରୀ ରହିଛନ୍ତି । ରାଜ୍ୟକୁ ଭିକାରୀ ମୁକ୍ତ କରିବା ପାଇଁ ପ୍ରଥମ ପର୍ୟ୍ୟାୟରେ ପୁରୀ ଠାରେ ନୀଳାଦ୍ରି ନିଳୟ, ଭୁବନେଶ୍ୱର ରେ ଏକାମ୍ର ନୀଳୟ ଅଭିଯାନ କରାଯାଇ ଭୀକ୍ଷୁକ ମୁକ୍ତ କରିବା ଯୋଜନା ହାତକୁ ନିଆଯାଇଛି । ବିଧାୟକ ଲକ୍ଷ୍ମଣ ବାଗ ଙ୍କ ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।