ବଳଙ୍ଗା; ବଳଙ୍ଗାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକାଙ୍କୁ ପୋଡିବା ଘଟଣାରେ ତଦନ୍ତ ଜୋରଦାର ଆଗେଇଛି । ଗୋଟିଏ ଟିମ୍ ପୀଡିତାଙ୍କ ଘରେ ପହଞ୍ଚିଥିଲା ଆଉ ଗୋଟିଏ ଟିମ୍ ପୀଡିତାଙ୍କ ସାଙ୍ଗଙ୍କ ଘରେ । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

ସୂଚନାମୁତାବକ , ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୋଲିସର ସ୍ପେଶାଲ ଟିମ୍ ପୀଡିତାଙ୍କ ଘରେ ଛାନଭିନ୍ କରିଛି । ଖାଲି ସେତିକି ନୁହେଁ ବଳଙ୍ଗା ବଜାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରିଛି ପୋଲିସ । ଦିନକ ତଳେ ରୁପା ମୁଦି ମିଳିଥିଲା । ତେଣୁ ରୂପା ମୁଦି କେଉଁଠୁ ଆସିଥିଲା ବୋଲି ଦୋକାନୀଙ୍କୁ ପଚରାଉଚରା କରାଯାଇଛି ।

ସେପଟେ ଦୁଇ ଦିନ ହେଲାଣି ପୁଲିସ ତଦନ୍ତ କରୁଛି କିନ୍ତୁ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିନି । କିଏ ଓ କାହିଁକି ନାବାଳିକାଙ୍କୁ ଜାଳିଦେଲେ, ସେ ରହସ୍ୟ ଉପରୁ ପରଦା ହଟାଇ ପାରିନି ପୁଲିସ। ଗତକାଲି ଘଟଣାସ୍ଥଳକୁ ଯାଇଥିଲେ ସାଇଣ୍ଟିଫିକ୍ ଟିମ୍ ।