ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ପାଇଁ ଗୁଗୁଲ୍କୁ ଚିଠି । ଭୁବନେଶ୍ବରରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀ ପୂର୍ବରୁ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ଭିଡିଓ ଘଟଣାରେ ଖୋଳତାଡ଼ କରିପାରେ ଏନଆଇଏ । ଏନେଇ ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । କେଉଁ ଆଇଡିରୁ ଅଡିଓ ଆସିଥିଲା ସେନେଇ ତଥ୍ୟ ମାଗିଲା ଏସ୍ଟିଏଫ । ଦ୍ୱିତୀୟ ଥର ମେଲ ଜରିଆରେ ଆସିଥିବା ଧମକକୁ ନେଇ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି । ଆବଶ୍ୟକ ହେଲେ ଘଓଇ ତଦନ୍ତ ଏହି ଘଟଣାର ଖୋଳତାଡ କରିପାରେ କରିବା ନେଇ ମଧ୍ୟ ସୂଚନା ରହିଛି । ଡିଜି ସମ୍ମିଳନୀ ପୂର୍ବରୁ ପନ୍ନୁ ଖୋଲାଖୋଲି ଭାବେ ଧମକ ଦେଇଥିଲା । ବିମାନ ବନ୍ଦରରେ ଉଡାଣ ନଭରିବାକୁ ଏକ ଭିଡିଓ ଜାରି ହୋଇଥିଲା । ଏହା ପରେ ପନ୍ନୁ ନାଁରେ ଧମକପୂର୍ଣ୍ଣ ମେଲ୍ ବରିଷ୍ଠ ସାମ୍ବାଦିକଙ୍କ ପାଖକୁ ଆସିଥିଲା । ଏହା ପରେ କ୍ରାଇମ୍ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।