କରୋନାରେ ୨୪ ବର୍ଷିୟ କ୍ରିକେଟର ପ୍ରିୟାଙ୍କ ମା’ଙ୍କ ପରଲୋକ

ଦେଶରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିିଛି । ଏ

(ମୁମ୍ବାଇ) : ଦେଶରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିିଛି । ଏହାରି ମଧ୍ୟରେ କରୋନା ଯୋଗୁଁ ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ପ୍ରିୟା ପୁନିଆଙ୍କ ମା’ଙ୍କ ଦେହାନ୍ତ ହୋଇଛି । ୨୪ ବର୍ଷିୟ କ୍ରିକେଟର ମା’ଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆରେ ସୂଚନା ମିଳିଛି । ତେବେ ପ୍ରିୟ ଏବେ ଟିମ୍‌ ଇଣ୍ଡିଆ ସହ ଇଂଲଣ୍ଡ ଗସ୍ତ କରିବେ ନା ନାହିଁ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହାପୂର୍ବରୁ ବେଦା କ୍ରିଷ୍ଣାମୂର୍ତ୍ତୀଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା।

ପ୍ରିୟା ଟୁଇଟ କରି ଲେଖିଛନ୍ତି ଯେ, ଆଜି ମୁଁ ଅନୁଭବ କଲି ଯେ, ତୁମେ ମୋତେ ସବୁବେଳେ ଶକ୍ତିଶାଳୀ ହେବାକୁ କାହିଁକି କୁହ? ତୁମେ ଜାଣିଥିଲ ଯେ, ତୁମେ ଦିନେ ମୋତେ ଛାଡ଼ି ଯିବ। ମା ତୁମେ ସବୁବେଳେ ମନେ ରହିବ। ଦୂରତା ଯାହା ହେଉନା କାହିଁକି ମୋତେ ଜଣା ସର୍ବଦା ତୁମେ ମୋ ପାଖରେ ରହିବ। ମୋ ମାଗଦର୍ଶକ ମା’। ତୁମକୁ ସବୁବେଳେ ଭଲ ପାଉଥିବା ମା’…।