(ରିପୋର୍ଟସ ଟୁଡ଼େ) ନୂଆଦିଲ୍ଲୀ: ଆଜି କ୍ରିକେଟ ଇତିହାସର ସେଇ ଦିନ ଯେଉଁ ଦିନ କ୍ରିକେଟର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଆଜି ଖେଳା ଯାଇଥିଲା । ୧୮୭୭ରେ ଏହି ମ୍ୟାଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ମେଲବର୍ଣ୍ଣରେ ଖେଳାଯାଇଥିଲା ଏହି ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିଜୟୀ ହୋଇଥିଲା । ସେ କ୍ରିକେଟର ଜନ୍ମଦାତା ଇଂଲଣ୍ଡକୁ ୪୫ ରନରେ ହରାଇ ଥିଲା । ୧୫ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହିର ମ୍ୟାଚର ପରିଣାମ ୧୯ ମାର୍ଚ୍ଚକୁ ଆସିଥିଲା । ଏହି ମ୍ୟାଚର ସ୍ୱତନ୍ତ୍ରତା ହେଉଛି ଏହି ମ୍ୟାଚରେ କୌଣସି ସମୟସୀମା ନଥିଲା ।
ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କିଛି ନିୟମ କରାଯାଇଥିଲା । ଏହାରି ଅନୁସାରେ ଏହି ନିର୍ଣ୍ଣୟ କରାଯାଇଥିଲା ଯେ ଦୁଇଟି ଯାକ ଟିମ ଦୁଇଟି ଲେଖାଏଁ ଇନିଂ ଖେଳିବେ । ଯେଉଁ ପର୍ୟ୍ୟନ୍ତ ଦୁଇଟି ଯାକ ଟିମର ଇନିଂ ଶେଷ ହୋଇନି ସେପର୍ୟ୍ୟନ୍ତ ମ୍ୟାଚ ଚାଲିବ । ୧୮୭୭ ମସିହାରୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ ୧୮୮୮ ସୁଦ୍ଧା ଦୁଇ ଦେଶ ମଧ୍ୟରେ ହିଁ ଖେଳାଯାଉଥିଲା । ୧୮୮୯ ମସିହାରେ ଦ.ଆଫ୍ରିକା ଟେଷ୍ଟ ମ୍ୟାଚ ଖେଳିବାର ତୃତୀୟ ଦେଶ ହେଲା । ବର୍ତ୍ତମାନ ସୁଦ୍ଧା, ମାନେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଆରମ୍ଭ ହେବାର ୧୪୨ ବର୍ଷ ପରେ ମଧ୍ୟ ମାତ୍ର ୧୨ଟି ଦେଶ ଟେଷ୍ଟ କ୍ରିକେଟ ଖେଳୁଛନ୍ତି ।
ଭାରତ ୧୯୩୨ ମସିହାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା । ୨୫ରୁ ୨୮ ଜୁନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତକୁ ୧୫୮ ରନରେ ହରାଇଥିଲା । ଭାରତ କ୍ରିକେଟରେ ପ୍ରବେଶ କରିବାରେ ୬ ନମ୍ୱର ଦେଶ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟ କ୍ରିକେଟ ଖେଳିବା ଆରମ୍ଭ କରିସାରିଥିଲେ ।
ଭାରତ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ୧୯୫୨ ମସିହାରେ ଜିତିଥିଲା । ଏହି ମ୍ୟାଚ ୬ରୁ ୧୦ ଫେବ୍ରୁଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯାଇଥିଲା ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ଗୋଟିଏ ଇନିଂ ଏବଂ ୮ ରନରେ ହରାଇଥିଲା । ଏହି ମ୍ୟାଚରେ ପାଲି ଉମରୀଗର (୧୩୦) ଏବଂ ପଙ୍କଜ ରୟ (୧୧୧) ଶତକ ହାସଲ କରିଥିଲେ । ବେନୁ ମାଙ୍କଡ (୮/୫୫, ୪/୫୩) ମ୍ୟାଚରେ ୧୨ଟି ୱିକେଟ ହାସଲ କରିଥିଲେ ।