କରୋନାରୁ ଦୂରେଇବା ପାଇଁ ଗୋବର ଓ ଗୋମୁତ୍ରରେ ସ୍ନାନ
କରୋନା ମହାମାରୀର ଦ୍ବିତୀୟ ଲହର ଭାରତରେ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଛି । ଗାଁରେ ମଧ୍ୟ ଏବେ ଲୋକମାନେ କରୋନା ସଂକ୍ରମି
(ଦିଲ୍ଲୀ): କରୋନା ମହାମାରୀର ଦ୍ବିତୀୟ ଲହର ଭାରତରେ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଛି । ଗାଁରେ ମଧ୍ୟ ଏବେ ଲୋକମାନେ କରୋନା ସଂକ୍ରମିତ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡାକ୍ତରମାନେ ଲଗାତାର ଭାବରେ ବିଭିନ୍ନ ପ୍ରକାରର ଉପାୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି । ଗୁଜରାଟର କିଛି ଲୋକ ଗୋଶାଳାକୁ ଯାଇ ନିଜ ଶରୀରରେ ଗୋବର ଓ ଗୋମୁତ୍ର ଲଗାଉଛନ୍ତି। ଏହି ଲୋକଙ୍କ ମତରେ କରୋନା ସହ ଲଢିବାକୁ ପାଇଁ ଇମ୍ୟୁନିଟି ମଜବୁତ ହୋଇପାରିବ ଓ କରୋନା ହେବା ସ୍ଥିତିରେ ଏହି ବିପଦଜନ ଭାଇରସଠାରୁ ନିଜକୁ ରକ୍ଷା କରିପାରିବେ।
ଏହି ମାମଲାରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ନ୍ୟାସନାଲ ପ୍ରେସିଡେଣ୍ଟ ଡାକ୍ତର ଜେଏ ଜୟଲାଲ କହିଛନ୍ତି, ଏହି କଥାର କୌଣସି ବିଜ୍ଞାନ ସମ୍ମତ ପ୍ରମାଣ ନାହିଁ ଯେ ଗୋବର ଓ ଗୋମୁତ୍ରରୁ ଇମ୍ୟୁନିଟି ଶକ୍ତି ବଢିଥାଏ।ଗୋବର ଖାଇବା କିମ୍ବା ଲଗାଇବା ଦ୍ବାରା କରୋନା ସଂକ୍ରମଣ ବିପଦ ବଢିଯାଏ। କାରଣ ଗୋମୁତ୍ର ଓ ଗୋବରର ଥେିରାପି ନେବା ପାଇଁ ବହୁ ଲୋକ ଗୋଟିଏ ସ୍ଥାନରେ ଗହଳି କରିଥାନ୍ତି ଫଳରେ ସାମାଜିକ ଦୂରତ୍ବ ନରହିବା କାରଣରୁ ସ୍ଥିତି ଆହୁରି ବିଗିଡିପାରେ।