ଟିକା ନେବା ପରେ ମଧ୍ୟ ଭିଡ଼ରୁ ଦୂରେଇ ରହିବା ଉଚିତ୍ : କେନ୍ଦ୍ର ସରକାର
ଦ୍ୱିତୀୟ ଲହର ପରେ ପୁଣି ଆରମ୍ଭ ହୋଇଗଲାଣି ୩ୟ ଲହରର ଅଙ୍କକଷା । କେନ୍ଦ୍ର ସରକାର କରୋନାର ଏହି ୩ୟ ଲହରର ବିପଦକୁ ଦେଖି ଲୋକଙ୍କୁ
(ଦିଲ୍ଲୀ) : ଦ୍ୱିତୀୟ ଲହର ପରେ ପୁଣି ଆରମ୍ଭ ହୋଇଗଲାଣି ୩ୟ ଲହରର ଅଙ୍କକଷା । କେନ୍ଦ୍ର ସରକାର କରୋନାର ଏହି ୩ୟ ଲହରର ବିପଦକୁ ଦେଖି ଲୋକଙ୍କୁ ଭାକ୍ସିନ୍ ନେବା ସହ ଘରେ ଘରେ ଉତ୍ସବ ପାଳିବାକୁ ବାର୍ତ୍ତା ଦେଇଛନ୍ତି । ଏହା ବ୍ୟତୀତ ସରକାରଙ୍କର କହିବା ହେଲା ଟିକା ନେବା ପରେ ମଧ୍ୟ ଲୋକଙ୍କର ଭିଡ଼ରୁ ଦୂରେଇ ରହିବା ଉଚିତ୍ ।ସରକାରଙ୍କ ମୁତାବିକ୍ ଏବେସୁଦ୍ଧା ଦେଶର ୧୬ ପ୍ରତିଶତ ବୟସ୍କଙ୍କୁ କରୋନା ଭାକ୍ସିନ୍ର ଉଭୟ ଡୋଜ୍ ଦିଆ ସରିଛି । ଏହା ବ୍ୟତୀତ ୫୪ ପ୍ରତିଶତ ବୟସ୍କଙ୍କୁ ଅତି କମ୍ରେ ଗୋଟିଏ ଟିକା ଦିଆ ସରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ମିଡ଼ିଆ ସହ କଥା ହୋଇ କହିଛନ୍ତି କି, ଆମେ ବଡ଼ ସ୍ତରରେ ଲୋକଙ୍କ ଏକାଠି ହେବାରୁ ବଞ୍ଚିବା ଉଚିତ୍ । ଯଦି ଏମିତି କରିବା ବହୁତ ଜରୁରି ହୋଇଥାଏ ତ ଏହା ଧ୍ୟାନ ରଖିବା କି ଯେଉଁମାନେ ଏଠାରେ ସଂଶିଷ୍ଟ ସେମାନେ ସବୁ ଲୋକଙ୍କୁ ଟିକାକରଣ ହୋଇ ସାରିଛି । ଏହାସହ ହେଲଥ୍ ମିନିଷ୍ଟ୍ରୀ ଟିକାକରଣ କରେଇବା ଓ କୋଭିଡ୍ ପ୍ରୋଟୋକଲର ଦୃଢ଼ ଭାବେ ପାଳନ କରିବା କଥା କହିଛନ୍ତି ।