ଜୁନ ୨୫ ପର୍ଯ୍ୟନ୍ତ ବଢିଲା କୋଭିଡ କର୍ଫ୍ୟୁ

ଅଗରତାଲା: ଜୁନ ୨୫ ପର୍ଯ୍ୟନ୍ତ ତ୍ରିପୁରା ସରକାର କୋଭିଡ କର୍ଫ୍ୟୁକୁ ଦିନ ୨ଟାରୁ ପରଦିନ ସକାଳ ୫ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଅଗରତାଲା ସମେତ ୧୧ଟି ସହରରେ ଏହି କର୍ପ୍ୟୁ ଜାରି କରାଯାଇଥିବା ନେଇ ସରକାର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଗାଁଗୁଡିକରେ ରାତ୍ରୀ କର୍ଫ୍ୟ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି ।
ରାଜ୍ୟରେ ପ୍ରଥମ କୋଭିଡ କଟକଣା ମେ ୧୬ ତାରିଖରୁ ଲାଗୁ ଗରାଯାଇଥିଲା, ଏହା ବାରମ୍ବାର ବୃଦ୍ଧି କରାଯାଇ ଏବେ ଏହା ଜୁନ ୧୮ରେ ଶେଷ ହୋଇଛି । ତେବେ ଅଗରତାଲ।। ମୁନସିପାଲ କର୍ପୋରେସନ ଅଞ୍ଚଳ ବ୍ୟତୀତ ୧୧ଟି ସହରରେ ଏହି କଟକଣା ବଳବତ୍ତର ରହିବ ବୋଲି ରାଜ୍ୟ ମୁଖ୍ୟ ସଚିବ କୁମାର ଆଲୋକ ପ୍ରକାଶ କରିଛନ୍ତି । ମୁନସିପାଲ କର୍ପୋରେସନ ଭିନ୍ନ ମୋହନପୁର, ରାନିରବଜାର, ୟୁର୍ଦପୁର, ବିଶାଳଗଡ, କୁମାରଘାଟ,କୈଳାଶହାର, ପାଣିସାଗର, ଖୋୱି, ବେଲୋନିଆ, ଶାନ୍ତି ବଜାରରେ ଜାରି ରହିବ । ତେବେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର କରୋନା କଟକଣା ମଧ୍ୟରେ ଖୋଲା ରହିବ । କିନ୍ତୁ ସପିଂ ମଲ ଓ ମାର୍କେଟ କପ୍ଲେକ୍ସଗୁଡିକ ବନ୍ଦ ରହିବ ଓ ବଜାର କମିଟି କଟକଣା ଅନୁପାଳନର ତଦାରଖ ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବେ । ଅତ୍ୟାବଶ୍ୟକ କାମ ପାଇଁ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗାଡି ମୋଟର ଚଳପ୍ରଚଳ କରିବ ।