କରୋନାରେ ବାସୁଦେବ ମିଶ୍ରଙ୍କ ଦେହାନ୍ତ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତ ବଡ଼ ତିରଣ ଗାଁରେ ଗୁରୁବାର ଦିନ କଳାହାକର ବାସୁଦେବ ମିଶ୍ରଙ୍କ ଦେହାନ୍ତ ହୋଇଛି । କରୋନାରେ ଶ୍ରୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବାରୁ ସାହିପଡିଶା ଛୁଇଁ ନଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ କଳାକାର ବାସୁଦେବ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ରୀ ମିଶ୍ରଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେବା ସହ ଏଭଳି ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ଘରକୁ ଫେରିଛନ୍ତି। ଏଥିଲାଗି ମୃତ ବାସୁଦେବଙ୍କ ଶରୀରକୁ ଛୁଇଁବାକୁ ଗାଁ ଲୋକେ ଭୟରେ ଆସିନଥିଲେ । ଗାଁ ଦାଣ୍ଡରେ ମରଶରୀର ବହୁ ସମୟ ଧରି ପଡ଼ି ରହିଥିଲା। ଏହି ଖବର ଧାମନଗର ବିଡ଼ିଓ ଜାଣିବା ପରେ ତୁରନ୍ତ ଘଟଣାସ୍ଥଳକୁ ଆସିଥିଲେ। ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ନଦୀଗାଁ ସରପଞ୍ଚ ମନୋଜ କୁମାର ରାୟ ମହାପାତ୍ରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ଚି ମରଶରୀରକୁ କାନ୍ଧ ଦେଇଥିଲେ। ସମସ୍ତେ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିବା ଜଣାପଡିଛି ।