ବିବାଦରେ ଫସିଲା OMG-୨; ଅଭିଯୋଗ ଆଣିଲେ ମହାକାଳଙ୍କ ପୂଜକ

0

ବ୍ୟୁରୋ: ବିବାଦରେ ଫଶିଲା OMG -୨ା ଟ୍ରେଲର ରଲିଜ ପରେ ଏହାର କିଛି ସିନକୁ ନେଇ ଆପତ୍ତି କରିଛନ୍ତି ମହାକାଳଙ୍କ ପୂଜକ । ଟ୍ରେଲରର ଏକ ଦୃଶ୍ୟରେ ଅକ୍ଷୟ କୁମାରଙ୍କୁ ଶିବଙ୍କ ବେଶ ଭୂଷାରେ ଦେଖିବାକୁ ମିଳିଛି । ସେ ବଜାରରେ ବୁଲି କଚୋରୀ କିଣୁଥିବାର ଦୃଶ୍ୟକୁ ଗ୍ରହଣ କରିପାରୁନାହାଁନ୍ତି ଉତ୍ତରପ୍ରଦେଶ ଉଜ୍ଜେୟନୀର ମହାକାଳଙ୍କ ସାଧୁସନ୍ଥ । ଏନେଇ OMG -୨ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ସେନସରବୋର୍ଡକୁ ନୋଟିସ ପଠାଇଛି ମହାକାଳ ପୂଜା ସଂଘ ଓ ଅଖିଳଭାରତୀୟ ପୂଜା ସଂଘ ।

ରଲିଜ ପୂର୍ବରୁ ଏମିତି ଅନେକ ସିନେମା ବିବାଦରେ ଫସିଥାନ୍ତି । ବଲିଉଡ ପାଇଁ ଏହା ଏକ ନୂଆ କଥା ନୁହେଁ । OMG -୨ ଟିଜର ରିଲିଜ ହେବା ପରେ ମହାକାଳଙ୍କ ପୂଜକ ଆଗରୁ ବିବାଦିୟ ସିନକୁ ହଟେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଟ୍ରେଲରର ରିଲିଜ ପରେ ଦେଖାଯାଉଥିବା ସମସ୍ତ ବିବାଦିୟ ଦୃଶ୍ୟକୁ ମୁଭି ରିଲିଜ ପୂର୍ବରୁ ହଟାନଯାଏ ତେବେ ଏହାର ପ୍ରଦର୍ଶନ ଉପରେ ରୋକ ଲଗାଯିବାକୁ ଚେତାବନୀ ଦିଆଯାଇଛି । ଫିଲ୍ମରେ ସ୍ଥାନ ପାଇଥିବା ମହାକାଳ ମନ୍ଦିରର ଦୃଶ୍ୟକୁ ହଟାଇବାକୁ ମଧ୍ୟ ଦାବି ହେଉଛି । କେବଳ ସେତିକି ନୁହେଁ ଫିଲ୍ମର ନିର୍ଦ୍ଦେଶକଙ୍କ କ୍ଷମାପ୍ରାର୍ଥନା ମଧ୍ୟ ଦାବି କରାଯାଇଛି ଏଭଳି ଆପତ୍ତିଜନ ଦୃଶ୍ୟ ଶିବ ଭକ୍ତଙ୍କ ମନୋଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଅକ୍ଷୟ କୁମାର ଅଭିନୀତ ସିନେମା OMG -୨ ଚଳିତ ମାସ ୧୧ ତାରିଖରେ ମୁକ୍ତିଲାଭ କରିବ ।