କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣା; ମାଟିତଳୁ ବାହାରିଲା ମୃତଦେହ

ଭୁବନେଶ୍ଵର: ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ପୋଲିସର ତନାଘନା । ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ଘଟଗାଁ ଥାନାରେ ସିନ ରିକ୍ରିଏସନ କରିଛି ପୋଲିସ । ସେପଟେ ଶୁଭମିତ୍ରାକୁ ମାରିକି ପୋତି ଥିବା ସ୍ଥାନକୁ ଖୋଳାଯାଇ ମୃତଦେହ ଉଦ୍ଧାର କରିଛି ପୋଲିସ । ପ୍ଲାଷ୍ଟିକ ଅଖାରେ ବନ୍ଧା ଯାଇଥିବା ଶୁଭମିତ୍ରାର ମୃତଦେହ ଉଦ୍ଧାର କରିଛି ପୋଲିସ । ଅନ୍ୟପଟେ ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ଓ ସମ୍ପର୍କୀୟ ଭାଇକୁ ଗିରଫ କରିଛି ପୋଲିସ ।

ତେବେ କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ମାଟିତଳୁ ବାହାରିଛି ମୃତଦେହ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା ମୃତଦେହ । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ । ଅଭିଯୁକ୍ତ ଦୀପକ ରାଉତକୁ ନେଇ ସିନ୍‌ ରିକ୍ରିଏସନ କରି ବାହାର କରାଗଲା । ଦୀପକ ମାରି ପୋତିଥିବା ମାନିବା ପରେ ମାଟି ତଳୁ ବାହାରିଲା ମୃତଦେହ । ତେବେ ଦୀପକ ମଧ୍ୟ ଜଣେ ପୋଲିସ କନଷ୍ଟେବଲ୍‌ ହୋଇଥିବାରୁ ଚତୁରତା ଆପଣାଇଥିଲା । ନିଜେ ପୋଲିସ ହୋଇଥିଲେ ବି ଶେଷରେ ସେହି ପୋଲିସ ଜାଲରେ ଫସିଗଲା ଦୀପକ ।

ଅନ୍ୟପଟେ କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ବଡ ତଥ୍ୟ ସାମ୍ନାକୁ ଆଣିଛି ପୋଲିସ । ଗଣମାଧ୍ୟମକୁ ସୂଚନା ଦେଇ ସିପି ଏସ୍. ଦେବଦତ୍ତ ସିଂ କହିଛନ୍ତି, ୧୦ ଲକ୍ଷ ଟଙ୍କା ଝଗଡ଼ାରୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଝଗଡ଼ା ହୋଇଥିଲା । ତେବେ ଏଯାବତ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି । ମାତ୍ର ମୃତଦେହ ଘଟଗାଁ ନେଇ ପୋତିବା ନେଇ ଖୋଳତାଡ଼ ଚାଲିଛି । ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା ଦୀପକ । ୧ କୋଟି ଟଙ୍କାର ବୀମା କରିବା ନେଇ ସୂଚନା ମିଳିଛି । ଦୀପକର ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି, ରିପୋର୍ଟ ଆସିବାକୁ ଅଛି ବୋଲି କହିଛନ୍ତି ସିପି ଏସ୍. ଦେବଦତ୍ତ ସିଂ ।