୨୧ରୁ ଖାଦ୍ୟ, ଔଷଧ ଓ ଅକ୍ସିଜେନ ଯୋଗାଇବ କଂଗ୍ରେସ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମହାନଗରରେ କ୍ୱାରେଣ୍ଟାଇନ୍ରେ ଥିବା ଲୋକମାନଙ୍କୁ ମଇ ୧୪ରୁ ୨୦ ପର୍ୟ୍ୟନ୍ତ ଭିଟାମିନ ଟାବଲେଟ ବାଣ୍ଟିବ କଂଗ୍ରେସ। ମଇ୨୧ରୁ ଖାଦ୍ୟ, ଆମ୍ବୁଲାନ୍ସ ଓ ଅକ୍ସିଜେନ ସେବା ଯୋଗାଇବ। ଏଥିପାଇଁ ୨ଟି ନମ୍ବର- ୧୮୦୦୨୫୭୨୬୫୬ ଓ ୯୯୩୭୬୯୬୯୬୯ ଜାରି କଲା କଂଗ୍ରେସ। ଆଜି କରୋନା ୨୨ ଜଣ ଲୋକଙ୍କ ଜୀବନ ନେଇଥିବା ବେଳେ ୧୨ ହଜାରରୁ ଅଧିକ ଲୋକଙ୍କୁ ନିଜ ଜାଲରେ ଫସାଇସାରିଛି। ତେବେ ଗ୍ରାମାଞ୍ଚଳର ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ଲୋକମାନେ ଥଣ୍ଡା, ଜ୍ୱର ଓ କାଶ ପରି ରୋଗରେ ପୀଡ଼ିତ ହୋଇଛନ୍ତି। ସେମାନେ ମେଡିକାଲ୍ ଯିବା ପରିବର୍ତ୍ତେ ଘରୋଇ ଚିକିତ୍ସା ପଦ୍ଧତ୍ତିକୁ ଆପଣାଇ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।