Comprehensive Cancer Care Plan ଅଧୀନରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ କର୍କଟ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି । 2025-26 ପାଇଁ, ଏହି ଯୋଜନା ଅଧୀନରେ 2 ଶହ 11 କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ, ସ୍ବାସ୍ଥ୍ୟ ସହାୟ ଯୋଜନାରେ ସଂକ୍ରାମକ ଏବଂ ଅଣ-ସଂକ୍ରାମକ ରୋଗ ହ୍ରାସ କରିବା, ଲଜିଷ୍ଟିକ୍ସ ପରିଚାଳନା, ତାଲିମ ଏବଂ ଗବେଷଣା, ଓ.ପି.ଡି., ଜନସ୍ବାସ୍ଥ୍ୟ ପରୀକ୍ଷାଗାର ଏବଂ ଷ୍ଟେମ୍ ସେଲ୍ ପରୀକ୍ଷାଗାର ଏବଂ ଅନ୍ୟାନ୍ୟ ସହାୟକ ସେବାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରହିଛି । ମୁଁ ଏହି ଯୋଜନା ଅଧୀନରେ 2 ଶହ 70 କୋଟି ଟଙ୍କା ଆବଣ୍ଟନ ପ୍ରସ୍ତାବ କରୁଛି ।