ବରିଷ୍ଠ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

(ଋିପୋଟର୍ସ ଟୁଡେ,ଭୁବନେଶ୍ୱର): ଉତ୍ତରପ୍ରଦେଶର ବରିଷ୍ଠ ବିଜେପିର ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆସିଛି । ତେବେ ଏହି ଅଭିଯୋଗ ଆଣିଛନ୍ତି ଜଣେ ଆଇନ ଛାତ୍ରୀ । ସେ ଚଳିତ ମାସ ୯ ତାରିଖରେ ଏହି ଅଭିଯୋଗ ଆଣି କହିଛନ୍ତି ଯେ, ଏହି ବରିଷ୍ଠ ନେତା ଜଣକ ତାଙ୍କୁ ଗତ ୧ ବର୍ଷ ହେବ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ । ଲୋଧି ରୋଡ ପୋଲିସ ଷ୍ଟେସନରେ ଛାତ୍ରୀ ଜଣକ ଏଭଳି ଅଭିଯୋଗ କରିଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଛାନବିନ କରୁଛନ୍ତି ବୋଲି ସୁଚନା ମିଳିଛି ।

୨୩ ବର୍ଷୀୟା ଏହି ଆଇନ ଛାତ୍ରୀ ଜଣକ ଗତ ଅଗଷ୍ଟ ମାସରେ ନିଖୋଜ ହୋଇଯାଇଥିଲେ । ନିକଟରେ ସେ ଦୌସା ଅଞ୍ଚଳରୁ ମିଳିବା ପରେ ତାଙ୍କ ବୟାନ ଦେଇଛନ୍ତି । ଶାହାଜାନପୁରରେ ସେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ନାମରେ ଅଭିଯୋଗ ଦାଖଲ କରିବାକୁ ଯାଇଥିଲେ ବି ପୋଲିସ ଅଭିଯୋଗ ଲେଖିନଥିଲା ବୋଲି ସେ କହିଛନ୍ତି ।