ସି.ଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ୨୦୨୫ ଷଷ୍ଠ ଦିବସ

0

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷ ରୁ କମ୍ ଚମ୍ପିୟାନସିପ୍ ୨୦୨୫ ଷଷ୍ଠ ଦିବସ ର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝିଙ୍କ ଆହ୍ୱାନ କ୍ରମେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଓଡିଶା ଫୁଟବଲ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଙ୍କ ଆୟୋଜନ ରେ ଫୁଟବଲ ଚମ୍ପିୟାନ ସିପ୍ ଅନୁଷ୍ଠିତ ହେଉଛି ।

  ପୂର୍ବତନ ଫୁଟବଲ ଖେଳାଳି ଚିତ୍ତ ରଂଜନ ଥନାପତି (ଜରାସିଂହା), ଲୋକନାଥ କୁମୁରା (ଚୁଡାପାଲି) ଓ ସିସିଏଫ୍‌ଏ ବଲାଙ୍ଗିର ର ସଭାପତି ସୁରେନ୍ଦ୍ର ନାଗ (ସୋନୁ)  ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ଶତୃଘନ ସିଂ, ଡିପିଇଓ ପ୍ରଦୀପ କୁମାର ପାତ୍ର, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ରୁରାଲ ସ୍ପୋର୍ଟସ୍ ଓ ମହିଳା ସ୍ପୋର୍ଟସ୍ ସଂପାଦକ ସୁଧାଂଶୁ ସେଠ  ପ୍ରମୁଖ ମଂଚାସିନ ଥିଲେ ।

କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଫୁଟବଲ ଖେଳାଳି ପ୍ରଦୀପ ମହାରଣା , ଶ୍ରୀକାନ୍ତ ରାଉତ ଓ ଜିତୁ କୁମାର ଦଲେଇ ଉପସ୍ଥିତ ଥିଲେ । ପ୍ରଥମ ମ୍ୟାଚରେ ଜରାସିଂହା ଏଫ୍‌ସି ୮-୦ ଗୋଲରେ ସାଉନ୍ତପୁର ଏଫ୍‌ସି କୁ ହରାଇ ଫାଇନାଲକୁ ପ୍ରବେଶ କରିଛି । ଦ୍ୱିତୀୟ ମ୍ୟାଚରେ ପାଟଣାଗଡ ଏଫ୍‌ସି ୧-୦ ଗୋଲରେ ତୁରେକେଲା ଏଫ୍‌ସି କୁ ହରାଇଛିି ।

ଖେଳକୁ ଦେବାଶିଷ ବାଗ, ଧନେଶ୍ୱର ସେଠ, ତ୍ରିନାଥ ଚନ୍ଦନ, ସରିତ ଅଦାବରିଆ, ନରସିଂସ୍ୱାମୀ ନାଇଡୁ, ଲବ ସୁନାନି, ଯଶୋବନ୍ତ ମାଝି, ଭୁବନେ ଭୋଇ, ଅବଦୁଲ ମୁଜିବ୍ ଓ ସୁଦର୍ଶନ ସେଠ ରେଫରି ଭାବେ ଖେଳକୁ ପରିଚାଳନା କରିଥିଲେ । ୨୨ ତାରିଖ ଚୁଡାନ୍ତ ଫାଇନାଲ ଖେଳ ଟିଟିଲାଗଡ ଏଫ୍‌ସି ବନାମ ଜରାସିଂହା ଏଫ୍‌ସି ମଧ୍ୟରେ ଅପରାହ୍ନ ଘ.୨ ସମୟରେ ଖେଳ ହେବ ବୋଲି  ଆୟୋଜନ କମିଟି ର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ସୂଚନା ଦେଇଛନ୍ତି ।