ପର୍ଯ୍ୟଟକଙ୍କୁ ଭୁଆଁ ବୁଲାଉଥିଲା ଚୀନର ସ୍ନୋ ଭିଲେଜ୍…

ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଚୀନ୍ ଏକ ଗାଁରେ କୁତ୍ରିମ ପ୍ରଣାଳୀରେ ବରଫାଚ୍ଛନ କରିବା ମହଙ୍ଗା ପଡିଛି । ଯେଉଁଥିପାଇଁ ଚୀନ ସରକାର କ୍ଷମା ପ୍ରାଥନା କରିଛନ୍ତି । ସୂଚନା ଅନୁଯାୟୀ ସିଚୁଆନ ପ୍ରଦେଶର ଚେଙ୍ଗଡୁ ଗାଁକୁ ଶୀତଋତୁରେ ବରଫର ମଜା ନେବାକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।

ତେବେ ଚଳିତ ବର୍ଷ ଅବଶ୍ୟକ ପରିମାଣର ତୁଷାରପାତ ହୋଇନଥିବାରୁ ପର୍ଯ୍ୟଟକ ନିରାଶ ହୋଇଥିଲେ । ତେଣୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ଘରର ଛାତ ଉପରେ ବରଫର ଆସ୍ତରଣ ଏବଂ ଗଛ ଗୁଡିକରେ ଧଳା ରଙ୍ଗର ତୁଳା ଓ ଓଲ ସଜେଇବା ସହ ରାସ୍ତାରେ ଫେଣଯୁକ୍ତ ପାଣିର ବ୍ୟବାସ୍ଥା କରାଯାଇଥିଲା । ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଏକ ଭ୍ରମ ସୃଷ୍ଟି ହୋଇଥିଲା । ଏହା ଜାଣିବା ପରେ ଅନେକ ପର୍ଯ୍ୟଟକ ରାଗିବା ସହ ନିରାଶ ହୋଇଥିଲେ । ସେହି ସ୍ଥାନର କିଛି ଫଟୋକୁ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରି ସମାଲୋଚନା କରିଥିଲେ ।

ଏଥିପାଇଁ ସ୍ନୋ ଭିଲେଜ୍ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛି, ଏବଂ ଏହି ଅଞ୍ଚଳର ଅସ୍ୱାଭାବିକ ଗରମ ପାଗକୁ ଦାୟୀ କରିଛି। ତୁଷାରମୟ’ ପରିବେଶ ସୃଷ୍ଟି କରିବା ପାଇଁ ପର୍ୟ୍ୟଟନ ଗ୍ରାମ ତୁଷାରପାତ ପାଇଁ କପା କିଣିଥିଲା। କିନ୍ତୁ ଏହା ଆଶାନୁରୂପ ପ୍ରଭାବ ହାସଲ କରିପାରିଲା ନାହିଁ। ପରିଦର୍ଶନ କରିବାକୁ ଆସିଥିବା ପର୍ୟ୍ୟଟକଙ୍କ ଉପରେ ଏକ ଖରାପ ପ୍ରଭାବ ପକାଇଲା ବୋଲି ଏହା ଏକ ବିବୃତ୍ତିରେ କହିଛି। ପୋଷ୍ଟରେ ଆହୁରି କୁହାଯାଇଛି ଯେ ଅସନ୍ତୁଷ୍ଟ ପରିଦର୍ଶକଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି।